ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଓଡ଼ିଶା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବ

0

ଭୁବନେଶ୍ବର: ଓଡ଼ିଶା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବର ଚତୁର୍ଥ ଦିବସରେ ଆୟୋଜିତ ଭାରତୀୟ ଗୋବିଜ୍ଞାନ ପ୍ରଶିକ୍ଷଣ ଶିବିରରେ ପ୍ରାକୃତିକ କୃଷି ବିଶେଷଜ୍ଞ ଶ୍ରୀ ସଭାପତି ଖାଡଙ୍ଗା ଓ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟର ପ୍ରଫେସର ରମେଶ ମଳିକ ଯୋଗଦେଇଥିଲେ। ଶ୍ରୀ ସଭାପତି ଖାଡଙ୍ଗା ସବୁଜ ଗୋବର ଓ ପୁରୁଣା ଗୋମୁତ୍ର ମାଟିକୁ ହିତ ବୋଲି ମତ ଦେଇଥିବା ବେଳେ ପ୍ରଫେସର ରମେଶ ମଳିକ ପାରମ୍ପରିକ କୃଷି ହିଁ ସମାଜକୁ ସୁସ୍ଥ ରଖିପାରିବ ବୋଲି ମତ ପୋଷଣ କରିଥିଲେ।ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସ୍ବାମୀ ନିର୍ମଳାନନ୍ଦ ଗିରି ଓ ସ୍ବାମୀ ସତସ୍ୱରୂପାନନ୍ଦ ଗିରି ପରିଚାଳନା କରିଥିଲେ।

“ଗାଵଃ ବିଶ୍ଵସ୍ୟ ମାତରଃ” – ଗୋମାତା କେବଳ ହିନ୍ଦୁମାନଙ୍କର ମାତା ନୁହଁନ୍ତି, ସେ ସମଗ୍ର ବିଶ୍ୱବାସୀଙ୍କ ମାତ୍ର। ସୁରଭି ସତସଙ୍ଗରେ ଆଶିର୍ବଚନ ପ୍ରଦାନ କରି ବାବାଜୀ ବ୍ରଜବନ୍ଧୁ ଦାସ ମହାରାଜ କହିଲେ ସୂର୍ଯ୍ୟବଂଶ ରାଜା ରାମଙ୍କର ପିତୃଭକ୍ତି, ରାଜା ଭରତଙ୍କର ପିତ୍ରୁଭକ୍ତି ପରି ରାଜା ଦିଲ୍ଲୀପଙ୍କ ଗୋଭକ୍ତି ଯୁଗେ ଯୁଗେ ମାନବସମାଜକୁ ଉଦବୃଦ୍ଧ କରିଆସିବ।

ଗୁରୁକୃପା କୁଟୀର, ନାଉଗାଁର ପୂଜ୍ୟ ବାବା ସତ୍ୟାନନ୍ଦ ଦାସ ମହାରାଜ ଗୀତାଧ୍ୟାନରେ ସମସ୍ତ ଉପନିଷଦୀୟଜ୍ଞାନକୁ ଗୋମାତାଙ୍କ ସହିତ ତୁଳନା କରାଯାଇଛି ବୋଲି କହିଥିବା ବେଳେ ସ୍ବାମୀ ସମର୍ପଣାନନ୍ଦ ଗିରି ଗୋସେବା ଦ୍ବାରା ବ୍ରହ୍ମଜ୍ଞାନ ପ୍ରାପ୍ତି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ସ୍ବାମୀ ସମର୍ପଣାନନ୍ଦଜୀ, ଗୋ ହିତରେ ଭାରତର ହିତ ନିହିତ ରହିଛି ବୋଲି ନିଜର ବିଚାର ବ୍ୟକ୍ତ କରିଥିଲେ।

ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମରେ ସ୍ବାମୀ ବିଜ୍ଞାନାନନ୍ଦ ଗିରି, ସୁଶାନ୍ତ କୁମାର ମହାନ୍ତି, ଗୋବିନ୍ଦ ଶରାବ ଓ ରୁଦ୍ର ପ୍ରସାଦ ମିଶ୍ର ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଗୋ ନବରାତ୍ର ମହୋତ୍ସବ ଅବସରରେ ଆଜି ନନ୍ଦିନୀ ଗୋଶାଳାରେ ସୁରଭି ଯଜ୍ଞ ଓ ୧୫୦୦ ଗୋମାତାଙ୍କ ପାଇଁ ଗୋ ଭଣ୍ଡାରାର ଆୟୋଜନ କରାଯାଇଥିଲା।

ଶ୍ରୀମଦ୍ ଭାଗବତ କଥାର ତୃତୀୟ ଦିବସରେ ପୂଜ୍ୟ ବାବାଜୀ ଦୀନବନ୍ଧୁ କହିଲେ, ଯେତେବେଳେ ପର୍ଯ୍ୟନ୍ତ ଭାରତ ଭୂମିରେ ଗୋମାତାଙ୍କ ରକ୍ତ ପଡୁଛି, ସେତେବେଳ ପର୍ଯ୍ୟନ୍ତ ଭାରତ ସୁଖୀ ହୋଇପାରିବ ନାହିଁ। ଆଜିର ସୁରଭି ସତସଙ୍ଗ ଏବଂ ଭାଗବତ କଥାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୦୦୦ ରୁ ଉର୍ଦ୍ଧ୍ବ ଗୋଭକ୍ତ ଯୋଗଦାନ କରିଥିଲେ।

Leave A Reply

Your email address will not be published.