ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ଯବାନଙ୍କ ଏନକାଉଣ୍ଟରରେ ୧୧ ନିହତ, ଜଣେ ଯବାନ ଗୁରୁତର

0

ଜିରିବାମ୍: ମଣିପୁରରେ ସେନାକୁ ମିଳିଛିବଡ ସଫଳତା। ହୋଇଛି ବଡ଼ ଧରଣର ଏନକାଉଣ୍ଟର। ଜିରିବାମ୍ ଅଞ୍ଚଳରେ ହୋଇଛି ଏହି ଏନକାଉଣ୍ଟର। ଜିରିବାମ୍ ଅଞ୍ଚଳରେ ସିଆରପିଏଫ୍ ଯବାନଙ୍କ ଏନକାଉଣ୍ଟରରେ ୧୧ ସନ୍ଦିଗ୍ଧ ଆତଙ୍କୀ ନିହତ ହୋଇଛନ୍ତି। ପ୍ରତି ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି।

ଆଜି ସକାଳେ ଗୋଟିଏ ଥାନାକୁ ଦୁଇ ପଟରୁ ଘେରାଉ କରି ଆକ୍ରମଣ କରିଥିଲେ କୁକି ଆତଙ୍କବାଦୀ। କେତେକ ଲୋକଙ୍କ ଘରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ସେହି ଅଞ୍ଚଳରେ ରିଲିଫ କ୍ୟାମ୍ପ ମଧ୍ୟ ଅଛି। ସନ୍ଦେହ କରାଯାଉଛି ରିଲିଫ କ୍ୟାମ୍ପ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା।

ଆସାମ ସୀମାକୁ ଲାଗି କରି ଏହି ଅଞ୍ଚଳ ରହିଛି। ଏହା ପରେ ସିଆରପିଏଫ୍ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ବହୁ ସମୟ ଧରି ଚାଲିଥିଲା ଗୁଳି ବିନିମୟ। ଏଥିରେ ୧୧ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ଗୁଳିବିନିମୟ ସ୍ଥାନକୁ ଅଧିକ ସିଆରପିଏଫ୍ ଯବାନଙ୍କୁ ପଠାଯାଇଛି। ସେଠାରୁ ବହୁ ଅସ୍ତ୍ରଅସ୍ତ୍ର ମଧ୍ୟ ଜବତ କରାଯାଇଛି । ଆତଙ୍କବାଦୀ ଜଣେ ଆଦିବାସୀଙ୍କୁ ହତ୍ୟା ପରେ ଉତ୍ତେଜନା ଦେଖା ଦେଇଥିଲା। ଏହା ପରେ ଆଜି ଥାନା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ।

Leave A Reply

Your email address will not be published.