ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଧାନ ଗଦାରେ ନିଆଁ ଲାଗି ପୋଡିଗଲା ସବୁ ଧାନ

0

୫୦ କ୍ୱିଣ୍ଟାଲରୁ ଧାନ ପୋଡ଼ି ପାଉଁଶ

କେସିଙ୍ଗା: ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ। ବର୍ଷ ସାରା କେମିତି ଚଳିବେ ସେନେଇ ଚିନ୍ତାରେ ପରିବାରବର୍ଗ। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହର୍ଶି ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ଏକ ଧାନ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଜଣାପଡିଛି। ଫଳରେ ପ୍ରାୟ ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିଥିବା ଧାନ ଗଦା ମାଲିକ ହେଲେ ଜନ୍ମସି ନାଏକ।

ଶୁକ୍ରବାର ଭୋରରୁ ଧାନ ଗଦାରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ ଜନ୍ମସି। ଏନେଇ ସେ ତୁରନ୍ତ ଥାନାକୁ ଖବର ଦେଇଥିଲେ। ପରେ ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେ ବେଳକୁ ସବୁ ଧାନ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା।

ଜନ୍ମସି ଓ ତାଙ୍କ ପରିବାରବର୍ଗ କହିବା ଅନୁଯାୟୀ, ଦୁଇ ଏକର ଚାଷ ଜମିରୁ ଧାନ କାଟି କ୍ଷେତରେ ଗଦା କରି ରଖିଥିଲେ। ଯାହା ୫୦ କ୍ୱିଣ୍ଟାଲରୁ ଅଧିକ ହେବ। ଏହି ଧାନ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଘଟଣାରେ କେସିଙ୍ଗା ଥାନା ପକ୍ଷରୁ ତଦନ୍ତ ଜାରି ରହିଛି। ବର୍ଷ ସାରା କେମିତି ଚଳିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ଏତେ କଷ୍ଟରେ ଅର୍ଜନ କରିଥିବା ଧାନ ଆଜି ପୋଡ଼ି ପାଉଁଶ ହୋଇଯାଇଥିବା ଦେଖି ଭାଙ୍ଗିପଡିଛନ୍ତି ପରିବାରବର୍ଗ।

Leave A Reply

Your email address will not be published.