ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଭବପ୍ରସାଦ ଦାସଙ୍କୁ ମିଳିଲା ଜାମିନ

0

ଯାଜପୁର: ବିରଜା ହାଟ ମାମଲାକୁ ନେଇ ଯାଜପୁରରେ ଶୁକ୍ରବାର ଯାଜପୁର ଜିଲା ଦୌରାଜଜ୍‌ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସଙ୍କୁ ୪ ମାମଲା ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ମଞ୍ଜୁର କରିଛନ୍ତି। ଏହିଜାମିନ ମଞ୍ଜୁର ହୋଇଥିଲେ ମଧ୍ୟ ଲଲ ଜେଲ୍‌ରୁ ମୁକୁଳିପାରିବେ ନାହିଁ। କାରଣ ତାଙ୍କ ନାମରେ ପୂର୍ବରୁ ଆଉ ୩ ମାମଲା ବିଚାରାଧୀନ ରହିଛି। ଯାଜପୁର ପୋଲିସ ଲଲଙ୍କୁ ମାମଲା ନଂ.୪୭୧/୨୦୨୪ରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଭବପ୍ରସାଦଙ୍କ ଓକିଲ ଶୁକ୍ରବାର ଏହି ମାମଲା ପାଇଁ ଜାମିନ୍‌ ଆବେଦନ କରିଥିବାବେଳେ ପୂର୍ବରୁ ଏହି ମାମଲାର ଅଭିଯୋଗକାରୀ ଥିବା ମଦନ ନାୟକ ନାମକ ଚାଷୀ କୋର୍ଟରେ ପହଞ୍ଚତ୍ ସତ୍ୟପାଠ ମାଧ୍ୟମରେ ମାମଲା ପ୍ରତ୍ୟାହାର ପାଇଁ ଜଣାଇଥିଲେ।

ସେପଟେ ଅଭିଯୋଗକାରୀ ମଦନ ନାୟକ ଏକ ସତ୍ୟପାଠ ଦାଖଲ କରିଥିବା ଜଣାପଡିଛି। ଏହି ସତ୍ୟପାଠ ଜରିଆରେ ଅଭିଯୋଗ ମିଥ୍ୟା ବୋଲି ଅଦାଲତକୁ ଦର୍ଶାଇଛନ୍ତି ଅଭିଯୋଗକାରୀ ମଦନ ମୋହନ। ତେବେ ଅନ୍ୟ ୩ଟି ମାମଲାର ବେଲ୍ ମିଳିବା ପରେ ଭବ ଜେଲରୁ ମୁକ୍ତି ପାଇବେ ବୋଲି କହିଛନ୍ତି ଭବଙ୍କ ଓକିଲ। କ୍ୟାନ୍ସରରେ ପୀଡ଼ିତ ଥାଇ ଭବଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ପକ୍ଷଙ୍କ ଓକିଲଙ୍କ ଦ୍ଵାରା ଦର୍ଶାଯାଇଥିଲା । ଏହାବ୍ୟତୀତ ଲଲଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ସେ ତାଙ୍କର ଚିକିତ୍ସା ପାଇଁ ୨୨ ତାରିଖରେ ମୁମ୍ବାଇ ଯିବାକୁ ଫ୍ଲାଇଟ୍‌ ଟିକେଟ୍‌ କରିଥିଲେ। ମାତ୍ର ପୋଲିସ ତାଙ୍କୁ ୨୧ତାରିଖ ମଧ୍ୟ ରାତ୍ରିରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ଜାମିନ୍‌ ଦିଆଯିବା ପାଇଁ ଓକିଲ ଯୁକ୍ତି ବାଢ଼ିଥିଲେ। ଏହି ଯୁକ୍ତିକୁ ଭିତ୍ତିକରି ଦୌରାଜଜ୍‌ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଭବପ୍ରସାଦ ଦାସ ୪ଟି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଭବଙ୍କ ବେଲ୍ ପାଇଁ ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରାଯାଇଥିଲା। ହାଟ ଉପରେ ପରିବା ବ୍ୟବସାୟୀଙ୍କୁ ଗାଳି ଗୁଲଜ କରିବା ଟଙ୍କା ଛଡାଇ ନେଇଥିବା ପରିବା ବ୍ୟବସାୟୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଏହି ଘଟଣାରେ ଭବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଟାଉନ୍ ଥାନା ପୋଲିସ। ସେପଟେ ୧୦ହାଜର ଟଙ୍କାର ବେଲ୍ ବଣ୍ଡ ଉପରେ ଭବଙ୍କୁ ପ୍ରଥମ ମାମଲାରେ ଜାମିନ ମିଳିଥିବା ବେଳେ କୌଣସି ସାକ୍ଷୀଙ୍କୁ ଧମକ ନଦେବାକୁ କିମ୍ବା କୌଣସି ପ୍ରକାରେ ପ୍ରଭାବିତ ନକରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ କହିଛନ୍ତି।

Leave A Reply

Your email address will not be published.