ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଗୋପବନ୍ଧୁ ଆରୋଗ୍ୟ ସହ ଯୋଡି ହେବ ଆୟୁଷ୍ମାନ ଭାରତ

0

ସାଢ଼େ ୩ କୋଟିଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
ଭୁବନେଶ୍ବର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍‌ଓୟୁ ହେବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଚଳିତ ଆର୍ଥିକ ବର୍ଷ ଠାରୁ ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍‌ଓୟୁ ସ୍ଵାକ୍ଷର ହେବ। ଯାହା ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ସହଯୋଗ ଯୋଗାଇବ। ଏହା ଲାଗୁ ହେବା ପରେ ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଲାଭ ଉଠାଇବେ। କେବଳ ରାଜ୍ୟରେ ରହୁଥିବା ଲୋକ ନୁହେଁ ପ୍ରବାସୀ ଓଡିଆ ମଧ୍ୟ ଉପକୃତ ହେବ। ଏଥିପାଇଁ ସାଢ଼େ ୩ କୋଟି ଲୋକଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ। କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ୨୭ ହଜାର ହସ୍ପିଟାଲରେ ଏହି ଯୋଜନାରେ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ରହିବା ବେଳେ ଏହି କାର୍ଡ ସେସବୁଠି ବୈଧ ହେବ।

ତେବେ ଏନେଇ ଦୁଇଟି ଯୋଜନା ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନା ମିଶି ଗୋଟିଏ କାର୍ଡ ପ୍ରଦାନ କରାଯିବ, କି ଉଭୟ ପୃଥକ କାର୍ଡ, ଉଭୟ ଯୋଜନାର ପାଇଁ ବୈଧ କରାଯିବ ସେନେଇ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.