ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ

0

ପୁରୀ: ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ନୌସେନା ଦିବସ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକ୍ୟାପଟର ଗର୍ଜରେ କମ୍ପୁଛି ପୁରୀ ବେଳାଭୂମି। ସତେ ଯେପରି ଲାଗୁଛି ପୁରୀ ବେଳାଭୂମିରେ ଯୁଦ୍ଧଭୂମିର କ୍ଷେତ୍ର। ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ କରାଯାଇଛି।

ଗଜପତିଙ୍କୁ ଭେଟି ୪ ତାରିଖ ପାଇଁ ନିମନ୍ତ୍ରଣ ଦେଇଛନ୍ତି ନୌସେନାର ବରିଷ୍ଠ ଅଧିକାରୀ। ଏହା ସହିତ ଚଳିତ ବର୍ଷ ନେଭି ଡେରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି।

ସେହିପରି ଯୁଧ୍ୟଭ୍ୟାସରେ ୧୪ ହେଲିକ୍ୟାପଟର, ୧୨ ଯୁଦ୍ଧପୋତ ସାମିଲ ହୋଇଛନ୍ତି। କଳାକୌଶଳ ଦେଖାଇଛନ୍ତି ଫାଇଟର ଜେଟ। ନେଭି ଡେ ପାଇଁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପୁରୀରେ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିଏନଆର୍ ହୋଟେଲ୍‌ଠାରୁ ଆଚାର୍ଯ୍ୟ ହରିହର ଛକ ଏବଂ ପୁରୁଣା ସଦରଥାନା ଛକଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ ହୋଇଛି। ତେବେ ପୁରୀବାସୀଙ୍କ ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ସମୁଦ୍ରକୂଳ ଯିବାକୁ ହେଲେ ଏସିଏସ୍ କଲେଜ ଛକ, ରାମକୃଷ୍ଣ ମିଶନ ଛକ, ଆଚାର୍ଯ୍ୟ ହରିହର ଛକ ଏବଂ ଦିଗବାରେଣୀ ଛକ ପଟେ ଯିବା ଆସିବେ।

Leave A Reply

Your email address will not be published.