ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପ୍ୟାକେଜ୍ ପାଣିକୁ ବିପଦପୂର୍ଣ୍ଣ ଖାଦ୍ୟ ଶ୍ରେଣୀରେ ତାଲିକାଭୁକ୍ତ କଲା ଏଫ୍ଏସ୍ଏସ୍ଏଆଇ

0

ନୂଆଦିଲ୍ଲୀ; ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ବଜାରରେ ମିଳୁଥିବା ମିନେରାଲ ୱାଟର ଏବଂ ପ୍ୟାକେଜଡ୍ ୱାଟର। ଏପରି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରଧିକରଣ (FSSAI)। ଏଫ୍ଏସ୍ଏସ୍ଏଆଇ ପ୍ୟାକେଜ୍ ପାଣି ଏବଂ ମିନେରାଲ ପାଣିକୁ ବିପଦପୂର୍ଣ୍ଣ ଖାଦ୍ୟ ଶ୍ରେଣୀରେ ତାଲିକାଭୁକ୍ତ କରିଛି। ପ୍ୟାକେଜଡ୍ ୱାଟର ଏବଂ ମିନେରାଲ୍ ପାଣିକୁ ହାଇ ରିସ୍କ ଖାଦ୍ୟ ପଦାର୍ଥ ଶ୍ରେଣୀରେ ସାମିଲ କରିଛି ଏଫ୍ଏସ୍ଏସ୍ଏଆଇ। ଏଥିସହିତ ଏହାକୁ ବାଧ୍ୟତାମୂଳକ ଯାଞ୍ଚ ଏବଂ ତୃତୀୟ-ପକ୍ଷ ଅଡିଟ ନିୟମ ଅନୁଯାୟୀ ପାଳନ କରିବାକୁ କହିଛି ଏଫ୍ଏସ୍ଏସ୍ଏଆଇ।

ଏହି ଉତ୍ପାଦଗୁଡିକ ପାଇଁ ବିଆଇଏସରୁ ସାର୍ଟିଫିକେସନର ଆବଶ୍ୟକତାକୁ ହଟାଇବା ପାଇଁ ଗତ ଅକ୍ଟୋବରରେ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର। ଏହା ପରେ ଏହି ସଂଶୋଧନ କରିଛି ଏଫ୍ଏସ୍ଏସ୍ଏଆଇ। ନୂଆ ନିୟମ ଅନୁସାରେ ପ୍ୟାକେଜଡ୍ ପାନୀୟ ଜଳ ଓ ମିନେରାଲ ଓ୍ବାଟର କମ୍ପାନିଗୁଡ଼ିକର ପ୍ରତିବର୍ଷ ବାଧ୍ୟତାମୂଳକ ପର୍ଯ୍ୟବେକ୍ଷଣ ହେବ। ଏହାଛଡ଼ା କମ୍ପାନିକୁ ଲାଇସେନ୍ସ ପ୍ରଦାନ ପୂର୍ବରୁ ପର୍ଯ୍ୟବେକ୍ଷଣ ହେବ। ଏହା ପଛରେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉତ୍ପାଦର ସୁରକ୍ଷା ଏବଂ ଗୁଣବତ୍ତାରେ ସୁଧାର କରିବା। ଏହାଦ୍ୱାରା ଉପଭୋକ୍ତାଙ୍କୁ ସୁରକ୍ଷିତ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯାଇପାରିବ।

Leave A Reply

Your email address will not be published.