ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ରାଇମତି ଘେଉରିଆ

0

କୋରାପୁଟ: ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକର ଜଣେ ଆଦିବାସୀ ମହିଳା କୃଷକ ରାଇମତି ଘେଉରିଆ। ରାଇମତି ନିଜ ନାଁ ଅପେକ୍ଷା ମାଣ୍ଡିଆ ରାଣୀ ଭାବେ ବେଶ ପରିଚିତ। ସେ ଜୈବିକ ପଦ୍ଧତିରେ ମାଣ୍ଡିଆ, ଧାନ ଚାଷ କରି ଜିଲା, ରାଜ୍ୟ ଏବଂ ସର୍ବଭାରତୀୟସ୍ତରରେ ଚର୍ଚ୍ଚାରେ ରହିଛନ୍ତି। ଗୁରୁବାର ଭୁବନେଶ୍ୱର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଇଟି)ର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିଛନ୍ତି।

କୁନ୍ଦୁରା ବ୍ଲକ୍‌ ଲିମା ପଞ୍ଚାୟତର ନୂଆଗୁଡାରେ ପ୍ରାୟ ଶହେରୁ ଅଧିକ ଦେଶୀ ଧାନ ସଂଗ୍ରହ କରି ରଖିବା ସହ ଜୈବିକ ପଦ୍ଧତିରେ ସେ ଚାଷ କରୁଛନ୍ତି। ଏମ୍‌ଏସ୍‌ ସ୍ୱାମୀନାଥନ ସଂସ୍ଥା ଦ୍ୱାରା ନୂଆଗୁଡାରେ ଏକ ଗ୍ରାମ୍ୟ ସାଧନ କେନ୍ଦ୍ର ଥିବା ବେଳେ ସେଠାରେ ସମସ୍ତ ପ୍ରକାରର ଦେଶୀ ଧାନ ଏବଂ ମାଣ୍ଡିଆ ବିହନ ଗଚ୍ଛିତ କରି ରଖିଛନ୍ତି।

ଆର୍ଥିକ ସ୍ବଚ୍ଛଳ ନ ଥିଲେ ମଧ୍ୟ ରାଇମତି ସ୍ୱାମୀଙ୍କ ସହ ମିଶି ଘର ଖାଇବା ପାଇଁ ଧାନ ଚାଷ କରିବା ସହ ଲୋକଙ୍କୁ ବିହନ ଯୋଗାଇବା ଏବଂ ବିରଳ ଦେଶୀ ଚାଉଳ ବଜାରକୁ ଯୋଗାଉଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଜି ୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ୨୦ ଦେଶର ନେତାଙ୍କ ନିକଟରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ରାଇମତି ଜଣେ ମହିଳା କୃଷକ ଏବଂ ଜୈବିକ ଚାଷ ଉପରେ ଗୁରୁତ୍ୱ ଦେଉଥିବା ପ୍ରଶିକ୍ଷକ ଭାବେ ବେଶ ଜଣାଶୁଣା । ରାଇମତି ଘେଉରିଆ ଆଜି ଅନେକ ମହିଳାଙ୍କ ପାଇଁ ଏକ ଆଦର୍ଶ ପାଲଟିଛନ୍ତି ।

ଚଳିତବର୍ଷ ବ୍ଲକ୍‌ସ୍ତରୀୟ ପରବ ଉତ୍ସବରେ କୋଟପାଡ଼ ବିଧାୟକ ରୂପୁ ଭତ୍ରାଙ୍କ ଦ୍ୱାରା ପରବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି। ରାଇମତିଙ୍କୁ ଏହି ଉପାଧି ମିଳିବା ନେଇ ବିଧାୟକ ଭତ୍ରା, ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଦିଗାପୁର ମଣ୍ଡଳ ସଭାପତି ବଦ୍ରି ନାରାୟଣ ଆଚାର୍ଯ୍ୟ,ଆଦିବାସୀ ସଂସ୍କୃତି ଗବେଷକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ସମାଜିକ କର୍ମୀ ସଞ୍ଜୟ ସାହୁ, ଏମ୍‌ପିଙ୍କ ପ୍ରତିନିଧି ଅମ୍ବୁ ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ରାଇମତି ଘେଉରିଆ ଆଜି ଅନେକ ମହିଳାଙ୍କ ପାଇଁ ଏକ ଆଦର୍ଶ ପାଲଟିଛନ୍ତି ।

Leave A Reply

Your email address will not be published.