ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଆରବିଆଇକୁ ବୋମାରେ ଉଡାଇବାକୁ ଧମକ

0

ନୂଆଦିଲ୍ଲୀ; ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମା ଧମକ ମିଳିଛି। ଗୁରୁବାର ଅପରାହ୍ନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସିଆଲ ୱେବସାଇଟରେ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଛି। ଏହି ଇମେଲ ରୁଷୀୟ ଭାଷାରେ ପଠାଯାଇଥିଲା। ଏହି ମାମଲାରେ ମାତା ରମାବାଇ ମାର୍ଗ (MRA Marg) ପୋଲିସ ଷ୍ଟେଶନରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଗତ ମାସରେ ମଧ୍ୟ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ କେୟାର ନମ୍ବରରେ ଏକ କଲ ଆସିଥିଲା ଏବଂ ସେ ନିଜକୁ ଲଶ୍କର-ଇ-ତାଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ସେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିଲେ।

ସୂଚନାନୁଯାୟୀ,ଆଗରୁ ମଧ୍ୟ ଇମେଲ ଜରିଆରେ କୈଳାସ ପୂର୍ବର ଦିଲ୍ଲୀ ପବ୍ଲିକ୍ ସ୍କୁଲ, ମୟୁର ବିହାରର ସାଲଓ୍ବାନ୍ ପବ୍ଲିକ୍ ସ୍କୁଲ ଏବଂ ଶ୍ରୀନିବାସ ପୁରୀର କେମ୍ବ୍ରିଜ୍ ସ୍କୁଲକୁ ବୋମା ଧମକ ମିଳିଛି। ବୋମା ଧମକ ମିଳିବା ପରେ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକ ମାନଙ୍କୁ ସେମାନଙ୍କ ପିଲାଙ୍କୁ ସ୍କୁଲ ନ ପଠାଇବାକୁ ବାର୍ତ୍ତା ପଠାଇଛନ୍ତି । ସ୍କୁଲ ପରିସରରୁ ଏ ଯାଏଁ କୌଣସି ବିସ୍ଫୋରକ ମିଳିନାହିଁ।

Leave A Reply

Your email address will not be published.