ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସଟଡାଉନ ବଢିବନି: ବାହାରକୁ ଯାଆନ୍ତୁନି, କରୋନା ଆଣନ୍ତୁନି

0
  • ଭୁବନେଶ୍ବର, କଟକ, ଭଦ୍ରକରେ ବଢିବନି ସଟଡାଉନ ସମୟସୀମା
  • ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟସଚିବ ଦେଲେ ସୂଚନା
  • ରାତି ୮ଟା ପରେ ତରବର ହୋଇ ବଜାରକୁ ନ ଯିବାକୁ ଅନୁରୋଧ
  • ଭିଡ କଲେ, ପ୍ରଶାସନ ଓ ପୁଲିସ କଠୋର ପଦକ୍ଷେପ ନେଇପାରନ୍ତି
  • ସଟଡାଉନ ଠାରୁ ଆହୁରି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହବୁ

ଭୁୂବନେଶ୍ବର: ରାଜ୍ୟ ସରକାର ୩ ତାରିଖ ରାତି ୮ଟାରୁ ଜାରି କରିଥିବା ସଟଡାଉନ ସମୟ ସୀମା ଆଜି ରାତି ୮ଟାରେ ଶେଷ ହେଉଛି। ହେଲେ ଏହି ସମୟସୀମା ଆଉ ବୃଦ୍ଧି କରାଯିବନାହିଁ। ବରଂ ଯେଉଁ ଅଞ୍ଚଳ ହଟସ୍ପଟ୍ ଭାବେ ଚିହ୍ନଟ ହେବ, ସେ ଅଞ୍ଚଳକୁ ସମ୍ପୂର୍ଣ୍ଣ ଅବରୋଧ କରି ରଖାଯିବ। ସେ ଅଞ୍ଚଳର ଲୋକମାନଙ୍କୁ ବାହାରକୁ ଆସିବାକୁ ଦିଆଯିବନାହିଁ କିମ୍ବା ସେ ଅଞ୍ଚଳରେ କେହି ପ୍ରବେଶ କରିବେ ନାହିଁ। ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟଶାସନ ସଚିବ ଏଭଳି ସୂଚନା ଦେବା ସହିତ ସତର୍କ କରାଇ ଦେଇଛନ୍ତି ଯେ ଯଦି ଲୋକ ଅମାନିଆ ହୋଇ ବିପଦକୁ ଆମନ୍ତ୍ରଣ କରନ୍ତି, ତେବେ ସରକାର ବାଧ୍ୟ ହୋଇ ସଟଡାଉନ ଠାରୁ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବେ। ଏଣୁ ସବୁଠାରୁ ଭଲ ହେବ, ୪୮ ଘଣ୍ଟା ସଟଡାଉନ୍ ଯୋଗୁଁ ଯେଉଁ ଲାଭ ମିଳିଛି, ତାହାକୁ ନଷ୍ଟ ହେବାକୁ ଦେବା ନାହିଁ କିମ୍ବା ବଜାରକୁ ରାସନ ଓ ପରିବା ଆଣିବାକୁ ଯାଇ ଘରକୁ କରୋନା ଆଣି ଆସିବା ନାହିଁ। ସାମାଜିକ ଦୂରତ୍ବକୁ ବଜାୟ ରଖିବା।

ମୁଖ୍ୟଶାସନ ସଚିବ କହିଥିଲେ, ବିଶ୍ବରେ ଯେତେ ସବୁ ଉନ୍ନତ ଫର୍ମୁଲା ଏ ଦିଗରେ ସଫଳ ହେଉଛି, ତାହାକୁ ରାଜ୍ୟ ସରକାର ବିଚାରକୁ ନେଉଛନ୍ତି। ଅଭିଜ୍ଞମାନଙ୍କ ସହିତ ମଧ୍ୟ ସରକାର ନିୟମିତ ଯୋଗାଯୋଗରେ ଅଛନ୍ତି। ସୂର୍ଯ୍ୟନଗର ଓ ବମିଖାଲ ଘଟଣା ପରେ ଗୋଷ୍ଠୀ ସଂକ୍ରମଣ ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଅମୂଳକ ବୋଲି ଜଣାପଡିଛି। ସୂର୍ଯ୍ୟନଗରର ସଂକ୍ରମଣ କୋଲକାତାରୁ ଓ ବମିଖାଲର ସଂକ୍ରମଣ ଭୋପାଳରୁ ଆସିଥିଲା।

ଏବେ ଯେଉଁ ଅଞ୍ଚଳ ସବୁ ପ୍ରଶାସନ ହଟସ୍ପଟ୍ ଭାବେ ଚିହ୍ନଟ କରିବ, ସେଠାରେ ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯାଇଛି, ସେମାନେ ସମ୍ପୂର୍ଣ୍ଣ ଅବରୋଧ କରିବେ। ହେଲେ ସବୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ଏକଥା ବି କୁହାଯାଇଛି ଯେ ସଟଡାଉନ ଉଠିବା ପରେ ତରବର ହୋଇ ବଜାରକୁ ଯାଇ ସାମାଜିକ ଦୂରତ୍ବ ନିୟମକୁ ଯେମିତି କେହି ଭାଙ୍ଗନ୍ତି ନାହିଁ, ତାହା ପ୍ରତି ଦୃଷ୍ଟି ଦେବେ। ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି, କୌଣସି ଅଭାବ ନାହିଁ। ରାତି ୮ଟା ପରେ ସେସବୁ ଖୋଲିବ। ଏଣୁ କେହି କିଛି ବ୍ୟସ୍ତ ବିବ୍ରତ ନ ହେବା ଲାଗି ମୁଖ୍ୟସଚିବ ପରାମର୍ଶ ଦେବା ସହିତ ବିଭିନ୍ନ ନେତାମାନଙ୍କୁ ସେମାନଙ୍କ ଲୋକଙ୍କୁ ସାମାଜିକ ଦୂରତ୍ବ ରକ୍ଷା ଲାଗି ବୁଝାଇବାକୁ ନିବେଦନ କରିଛନ୍ତି।

ଉଲ୍ଲେଖଥାଉକି, ରାଜ୍ୟରେ ଲକଡାଉନ୍ ଅବଧି ବଳବତ୍ତର ରହିଛି। ସଟଡାଉନ ନିୟମ କଟକଣା ଉଠିଯିବା ପରେ ବି ଲକଡାଉନ ନିୟମ ଜାରି ରହିବ। ଏଣୁ ଖୋଲାଖୋଲି ବୁଲିଲେ ପୁଲିସ ଅବଶ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Leave A Reply

Your email address will not be published.