ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

କୁଆଡେ ଗଲା କଂଗ୍ରେସର ଦମ୍ଭୋକ୍ତି

0

ମହାନଦୀ ଟ୍ରିବ୍ୟୁନାଲରେ ଭୀଷଣ ପ୍ରତିବାଦ ଜଣାଇଛନ୍ତି ଛତିଶଗଡ ସରକାର
ଓଡ଼ିଶାକୁ ଦୋଷୀ ବୋଲି ସାବ୍ୟସ୍ତ କରିବା ସହ କ୍ଷତିପୂରଣ ମାଗିଛନ୍ତି
ଭୁବନେଶ୍ୱର: ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିଲା, ଏବେ ମହାନଦୀ ମାମଲାରେ ଓଡ଼ିଶାକୁ ସହଯୋଗ ମିଳିବ । ଏମିତି ଭାଷଣବାଜି କରିଥିଲେ, ରାଜ୍ୟ କଂଗ୍ରେସ ନେତାମାନେ । ଛତିଶଗଡ ସରକାର କ୍ଷମତା ଦଖଲ ପରେ ଏ ନେଇ ଉଁ କି ଚୁଁ କହୁନାହାନ୍ତି କି ରାଜ୍ୟ କଂଗ୍ରେସ ନେତା ବି ଏକଥା ଆଉ ତୁଣ୍ଡରେ ଧରୁନାହାନ୍ତି । ଏମିତି ସମୟରେ ଆଜି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଛତିଶଗଡର ନୂଆ କଂଗ୍ରେସ ସରକାର ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶାକୁ ଅଧିକ ସାଂଘାତିକ ଓ ପ୍ରଭାବୀ ଆକ୍ରମଣ କରିଦେଇଛନ୍ତି । ନିଜ ଦୋଷ ଘୋଡାଇବା ପାଇଁ ପୂରା ଉଦ୍ୟମ କରିଛନ୍ତି । ଓଲଟା ଦାବି କରିଛନ୍ତି ଯେ ଆମେ ଅସଲରେ ମହାନଦୀ ଲାଗି କ୍ଷତି ସହୁଛୁ । ଆମକୁ କ୍ଷତିପୂରଣ ଦେବା ଲାଗି ଟ୍ରିବୁ୍ୟନାଲ ଓଡ଼ିଶା ସରକାରଙ୍କୁ କୁହନ୍ତୁ ।
ମହାନଦୀ ଜଳବିବାଦରେ ଓଡ଼ିଶା ଯେଉଁ ଅଭିଯୋଗ ରଖିଥିଲା, ତାର ପ୍ରତିଜବାବ ଦେବାକୁ ଯାଇ ଛତିଶଗଡ ସରକାର ଗତକାଲି ମହାନଦୀ ଟ୍ରିବ୍ୟୁନାଲରେ ତାଙ୍କ ବିବରଣୀ ଦାଖଲ କରିଛନ୍ତି । ଏଥିରେ କୁହାଯାଇଛି, ଛତିଶଗଡ ଅଞ୍ଚଳରେ ହୀରାକୁଦ ଡ୍ୟାମ ପ୍ରକଳ୍ପ କାରଣରୁ ଯେଉଁ ଜଳମଗ୍ନ ହେଉଛି, ତା ଦ୍ୱାରା ରାଜ୍ୟ ଘୋର କ୍ଷତି ସହୁଛି । ଏ ବାବଦରେ କିନ୍ତୁ ଓଡ଼ିଶା ସରକାର କ୍ଷତିପୂରଣ ଦେଉନାହାନ୍ତି । ନା ଶକ୍ତି ଉପùାଦନରେ ସମାନ ଅଂଶ ମିଳୁଛି ନା ୧୯୮୩ ମସିହା ବୁଝାମଣାକୁ ଓଡ଼ିଶା ମାନୁଛି । ଓଲଟା ଛତିଶଗଡ ସରକାରଙ୍କ ବିନାନୁମତିରେ ଓଡ଼ିଶା ହୀରାକୁଦ ଜଳସ୍ତରକୁ ସଂଶୋଧନ କରିଛି ।
ଛତିଶଗଡ ସରକାର ଆହୁରି ଯୁକ୍ତି ରଖିଛନ୍ତି, ନିର୍ମାଣାଧୀନ ବ୍ୟାରେଜ ଯୋଗୁଁ ଓଡ଼ିଶାରେ କିଛି ବି ପ୍ରଭାବ ପଡୁନାହିଁ । ମହାନଦୀର ତଳମୁଣ୍ଡରେ ନିରନ୍ତର ଭାବେ ଜଳପ୍ରବାହ ହେଉଛି । ଓଲଟା ଛତିଶଗଡର ୩୬ଟି ଗାଁ ପାଣିରେ ବୁଡୁଛି ।
କେବଳ ସେତିକି ନୁହେଁ, ଛତିଶଗଡ ସରକାରଙ୍କ ବିନା ଅନୁମତିରେ ଓ ଅଗୋଚରରେ ହୀରାକୁଦରେ ଓଡ଼ିଶା ସରକାର ସ୍ପିଲ୍‍ େଵ ନିର୍ମାଣ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ଓ ୨୦୦୬ ମସିହାର ନିୟମକୁ ଉଲ୍ଲଂଘନ କରୁଛି । ଓଡ଼ିଶା ସରକାରଙ୍କ ମହାନଦୀ ଅଭିଯୋଗକୁ ମନୁଷ୍ୟକୃତ ଚାଲ୍‍ ବୋଲି ମଧ୍ୟ ଛତିଶଗଡ ସରକାର କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ମହାନଦୀ ପ୍ରସଙ୍ଗରେ ପୂର୍ବରୁ ଛତିଶଗଡରେ ସରକାରରେ ଥିବା ରମଣ ସିଂହ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ । କେନ୍ଦ୍ର ସରକାରଙ୍କୁ ଆୟୁଧ କରି ଓଡ଼ିଶାର ଦାବିକୁ ଠୋ ଠା ଫାଙ୍କି ଦେବାକୁ କୌଣସି ସୁଯୋଗ ହାତଛଡା କରିନାହାନ୍ତି । ସେତେବେଳେ ଓଡ଼ିଶା ବିଜେପି ଏ ଘଟଣାରେ ଛତିଶଗଡ ପକ୍ଷ ନେଉଥିଲା, ଯାହା ପରବର୍ତୀ ସମୟରେ ସେମାନେ ବଦଳିଥିଲେ । ହେଲେ କଂଗ୍ରେସ କିନ୍ତୁ ଗର୍ଜୁଥିଲା । ଏବେ କଂଗ୍ରେସ ସରକାର ଆସିବା ପରେ ଅଧିକ ଭୀଷଣ ପ୍ରତିବାଦ କରିଥିବା ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସ କେଉଁ ଭୂମିକା ନେବ, ତାହା ଦେଖିବା କଥା ।

Leave A Reply

Your email address will not be published.