ମିସନ ଶକ୍ତି ସମାବେଶରେ ମଞ୍ଚ ଉପରେ ମହିଳା
୧୫୦କୋଟି ଭେଟିଦେଲେ, ରିଂ ରୋଡ୍ ପ୍ରତିଶ୍ରୁତି
ଛଉ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନ ପାଇଁ ଘୋଷଣା
ଭୁବନେଶ୍ୱର: ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବାପାଇଁ ସହର ଚାରିପଟେ ରିଂ ରୋଡ ନିର୍ମାଣ କରାଯିବ । ବାରିପଦାରେ ଏକ ଛଉ ନୃତ୍ୟ ଗବେଷଣା ପ୍ରତିଷ୍ଠାନ ବି ହେବ । ମୟୂରଭଞ୍ଜ ଅାୟୁର୍ବେଦ ମହାବିଦ୍ୟାଳୟକୁ ସହକାରୀ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ବିଚାର ଚାଲିଛି । ମୟୂରଭଂଜ ମିସନ ଶକ୍ତି ସମାବେଶରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଜିଲ୍ଲାବାସୀଙ୍କୁ ଏମିତସବୁ ପ୍ୟାକେଜ ଧରାଇଥିଲେ । ସ୍ଥାନୀୟ ଛଉ ପଡିଆରେ ଆୟୋଜିତ ଏହି ସଭା ନିଆରା ଥିଲା । ମଞ୍ଚରେ ନେତା କି ବାବୁ ନଥିଲେ । ବରଂ ୧୪ ଜଣ ମିସନ ଶକ୍ତି ମହିଳାଙ୍କୁ ଅତିଥି କରାଇଥିଲେ ସରକାର । ସେମାନେ ନିଜ ନିଜ ସଫଳତା ସଂପର୍କରେ ଲୋକଙ୍କୁ ବୁଝାଇଥିଲେ ।
ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ବାରିପଦା ଅର୍ବାନ କୋପରେଟିଭ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଅାର୍ଥିକ ସହାୟତା ଯୋଗାଇ ଦେବେ । କେବଳ ସେତିକି ନୁହେଁ, ଏହି ବ୍ୟାଙ୍କ ଯେଭଳି ପୁନର୍ବାର କାରବାର ପାଇଁ ଲାଇସେନ୍ସ ପାଇବ ସେ ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିବେ ।
ଏହି ଅବସରରେ ଅାଜି ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ପାଇଁ ସମୁଦାୟ ୧୫୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ମିସନ ଶକ୍ତି ସମାବେଶରେ ଜିଲ୍ଲାର ୨୦,୨୯୫ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ୍ ମନି ସହାୟତା,୨୬ଟି ବ୍ଲକ୍ ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା,ଡିଜିଟାଲ୍ ସଶକ୍ତି କରଣ ପାଇଁ ୩୯,୪୧୮ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେମୁଖ୍ୟମନ୍ତ୍ରୀ । ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସମୁଦାୟ ୬୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।
ଉଲ୍ଲେଖଥାଉକି, ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଅାହୁରି ଶକ୍ତିଶାଳୀ ଓ ପ୍ରଭାବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩ ଳକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବାପାଇଁ ଘୋଷଣା କରିଥିଲେ । ଏହାଦ୍ୱାରା ରାଜ୍ୟର ୬ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ । ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ସ୍ତରୀୟ ମହାସଂଘକୁ ୬କୋଟି ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମିସନ ଶକ୍ତି ନିର୍ଦେଶିକା ତଥା କମିସନର ସୁଜାତା କାର୍ତ୍ତିିକେୟନ ସ୍ୱାଗତ ଭାଷଣ ଦେଇ ମିସନ ଶକ୍ତିର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶୀ୍ରମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରମୁଖ ଖବର
ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍ରେ ଆଧାର ଆପ୍ ପ୍ରି-ଇନଷ୍ଟଲେସନ୍ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି