ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବଢିଲା ରାହୁଲଙ୍କ ଅଡ଼ୁଆ: ଜାରି ହେଲା ସମନ

0

ନୂଆଦିଲ୍ଲୀ: ବଢ଼ିଲା ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡୁଆ। ଲୋକସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ପାଇଁ ବରେଲିର ଏକ ଅଦାଲତ ଶନିବାର ତାଙ୍କୁ ସମନ ଜାରି କରିଛନ୍ତି। ଜାନୁଆରୀ ୭ରେ ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ଜିଲା ତଥା ଦୌରା ଜଜ୍‌ ସୁଧୀର କୁମାର ନିର୍ଦ୍ଦେଶ ଦେଇଛନ୍ତି।

ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ନିଜର ଏକ ବୟାନରେ କହିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶରେ ଜାତି ଜନଗଣନା ଓ ଆର୍ଥିକ ସର୍ବେକ୍ଷଣ କରାଯିବ। ତାଙ୍କର ଏହି ବୟାନକୁ ନେଇ ଅନେକ ହଙ୍ଗାମା ହୋଇଥିଲା। ବିଜେପି ଏହାକୁ ପ୍ରସଙ୍ଗ କରି ରାହୁଲଙ୍କୁ ଜୋରଦାର ଟାର୍ଗେଟ୍‌ କରିଥିଲା।

ଭାରତୀୟ ହିନ୍ଦୁ ମହାସଂଘର ମଣ୍ଡଳ ସଭାପତି ପଙ୍କଜ ପାଠକଙ୍କ ଆବେଦନ ଆଧାରରେ ଏହି ସମନ ଜାରି କରାଯାଇଛି। ରାହୁଲଙ୍କ ନାଁରେ ମାମଲା ରୁଜୁ ପାଇଁ ଗତ ଅଗଷ୍ଟରେ ପାଠକ ଏମ୍‌ଏଲ୍‌ଏ-ଏମ୍‌ପି କୋର୍ଟ/ସିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ଅଦାଲତ ଆବେଦନକୁ ଖାରଜ କରିଦେବାରୁ ସେ ସେସନ୍ସ କୋର୍ଟରେ ରିଭିଜନ ପିଟିଶନ ଦାଏର କରିଥିଲେ। ଲୋକ ସଭା ନିର୍ବାଚନ ବେଳେ ରାହୁଲ କହିଥିଲେ, ଦୁର୍ବଳ ଶ୍ରେଣୀ ଲୋକଙ୍କ ଶତାଂଶ ଅଧିକ ହୋଇଥିବା ସତ୍ତ୍ୱେ ସେମାନଙ୍କ ପାଖରେ ଥିବା ସମ୍ପତ୍ତି ଶତାଂଶ ବହୁତ କମ୍‌। ଏଭଳି ହେଲେ ଅଧିକ ଜନସଂଖ୍ୟା ଲୋକେ ଅଧିକ ଅଧିକ ସମ୍ପତ୍ତି ଦାବି କରିପାରିବେ। ପାଠକଙ୍କ ଓକିଲ ବୀରେନ୍ଦ୍ର ପାଲ୍‌ ଗୁପ୍ତା ଅଦାଲତଙ୍କୁ ଏହା ଜଣାଇବା ସହ ରାହୁଲ ରାଜନୈତିକ ଫାଇଦା ପାଇଁ ତାଙ୍କ ମନ୍ତବ୍ୟ ଜରିଆରେ ଦୁର୍ବଳ ବର୍ଗଙ୍କୁ ଉସୁକାଇବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଥିଲେ

Leave A Reply

Your email address will not be published.