ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

0

ନୂଆଦିଲ୍ଲୀ: ସଂସଦ ପରିସରରେ ଠେଲାପେଲା ଘଟଣାରେ ଆହତ ହୋଇଥିବା ୨ ବିଜେପି ସାଂସଦ ଚାରିଦିନ ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ନୋଏଡ଼ାର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି।। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଉତ୍ତରପ୍ରଦେଶର ଫାରୁଖାବାଦ ସାଂସଦ ମୁକେଶ ରାଜପୁତ ଡିସେମ୍ବର ୧୯ରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଡିସେମ୍ବର ୧୯ରେ ମୁଣ୍ଡରେ ଆଘାତ ଲାଗିଥିବାରୁ ଉଭୟଙ୍କୁ ସଂସଦରୁ ଡାକ୍ତରଖାନା ଅଣାଯାଇଥିଲା। ବର୍ତ୍ତମାନ ଉଭୟଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ମୁକେଶ ରାଜପୁତଙ୍କ ମୁଣ୍ଡରେ ଏବେ ବି ଯନ୍ତ୍ରଣା ରହିଛି। ଏଥିସହ ପ୍ରତାପ ଷଡ଼ଙ୍ଗୀଙ୍କର ଅଧିକ ରକ୍ତସ୍ରାବ ହେଉଥିଲା ଏବଂ ତାଙ୍କର ଗଭୀର କ୍ଷତ ହୋଇଥିଲା। ଏହି କାରଣରୁ ତାଙ୍କ ମୁଣ୍ଡରେ ଷ୍ଟିଚ୍ ମଧ୍ୟ ପଡ଼ିଛି। ରାମ ମନୋହର ଲୋହିଆ ହସ୍ପିଟାଲରେ ଅତ୍ୟଧିକ ଭିଡ଼ ଥିବାରୁ ଉଭୟ ସାଂସଦଙ୍କୁ ନୋଏଡ଼ାର କୈଳାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଲୋକ ସଭା ଏମପିଙ୍କୁ ଆଇସିୟୁରେ ଅବଜରଭେଶନରେ ରଖି ଡିସେମ୍ବର ୨୧ରେ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ବର୍ତ୍ତମାନ ଉଭୟଙ୍କ ଅବସ୍ଥା ବହୁତ ଭଲ ଅଛି ।

ସୂଚନାଯୋଗ୍ୟ, ଡ. ବି.ଆର୍. ଆ‌ମ୍ବେଦକରଙ୍କ ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ନେଇ ଗୁରୁବାର ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ବିଜେପି ସାଂସଦ ଦାବି କରିଥିଲେ ଯେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପି ସାଂସଦ ମୁକେଶ ରାଜପୁତଙ୍କୁ ଠେଲି ଦେଇଥିଲେ। ଫଳରେ ସେ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ି ଯାଇଥିଲେ। ଏହାପରେ ସେ ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଦୁହିଁଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଅପରପକ୍ଷେ ରାହୁଲ ଗାନ୍ଧୀ କହିଥିଲେ ଯେ, ବିଜେପି ସାଂସଦମାନେ ତାଙ୍କୁ ଅଟକାଇ ସଂସଦ ମଧ୍ୟକୁ ପ୍ରବେଶ କରିବାକୁ ଦେଇ ନଥିଲେ। ସେ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ଠେଲାପେଲାରେ ଏପରି ହୋଇଛି।

Leave A Reply

Your email address will not be published.