ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଧାନର ମାନ କମ୍‌ ଥିଲେ ବି କିଣିବେ ସରକାର :ଯୋଗାଣ ମନ୍ତ୍ରୀ

0

ଭୁବନେଶ୍ବର: ଏହାରି ମଧ୍ୟରେ କୃଷକଙ୍କ ଲାଗି ଖୁସି ଖବର ଦେଇଛନ୍ତି ସରକାର। ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି। ବର୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ ବର୍ଷାରେ ଧାନର ବିଲରେ ଗଜା ହୋଇଗଲାଣି। ଅନେକ ସ୍ଥାନରେ ମଣ୍ଡି ମାନଙ୍କରେ ମଧ୍ୟ ସମାନ ଅବସ୍ଥା। ଏହାକୁ ଦୃଷ୍ଟିରେ ରଖି ଧାନର ମାନ କମ୍‌ ଥିଲେ ବି କିଣିବାକୁ ଘୋଷଣା କରିଛନ୍ତି ସରକାର। ସେପଟେ ରାଜ୍ୟରେ ଶୀତଦିନରେ ଅଦିନିଆ ବର୍ଷା କାରଣରୁ ଅନେକ ଜିଲାରେ ଧାନ ବିଲରେ ଧାନ ଭାସି ଯାଇଥିବା ବେଳେ ବାଦାମ ଚାଷୀମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଯେ, ”ବର୍ଷ କାରଣରୁ ‘ବର୍ଷା ପାଇଁ କ୍ବାଲିଟି କମ୍‌ ଥିଲେ ବି କମ୍ପରମାଇଜ୍‌ କରାଯିବ। ସମସ୍ତ ଚାଷୀଙ୍କ ଧାନ କିଣାଯିବ, ଏଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଟୋକନ୍‌ ଲାପ୍ସ କଲେ ଚାଷୀଙ୍କୁ ଅଧିକ ୧୫ ଦିନ ମହଲତ ମିଳିବ। ଏହାପରେ ମଧ୍ୟ ଓଦା ଧାନ ଶୁଖାଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ। ତେବେ ପାଗ ଖରାପ ଯୋଗୁଁ କିଛି ମଣ୍ଡି ଖୋଲିବା ବିଳମ୍ବ ହେଉଥିବା ମନ୍ତ୍ରୀ କହିଛନ୍ତି।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର କହିଛନ୍ତି ଯେ, ଆସନ୍ତା ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଅଦିନିଆ ବର୍ଷା ହେତୁ ଫସଲର କ୍ଷତି ପାଇଁ ରାଜ୍ୟ ସରକାର ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବେ। ସୋମବାର ଗଣମାଧ୍ୟମ ସହ କଥାବାର୍ତ୍ତା କରି ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଅଯଥା ବର୍ଷା ହେତୁ ଫସଲ କ୍ଷୟକ୍ଷତିର ସଠିକ୍ ମୂଲ୍ୟାଙ୍କନ କରିବାକୁ ଜିଲା ପ୍ରଶାସନକୁ କୁହାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୂଲ୍ୟାଙ୍କନ କାର୍ଯ୍ୟ ପାଇଁ ଅନପ୍ରଭାବିତ ଅଞ୍ଚଳର ଅଧିକାରୀମାନଙ୍କୁ ମଧ୍ୟ ମୂଲ୍ୟାଙ୍କନ କାର୍ଯ୍ୟରେ ନିୟୋଜନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ପୂଜାରୀ କହିଛନ୍ତି, “ରାଜସ୍ୱ ବିଭାଗର ଅଧିକାରୀମାନେ ବିଭିନ୍ନ ଅଂଚଳରେ ମୂଲ୍ୟାଙ୍କନ ଆରମ୍ଭ କରିସାରିଛନ୍ତି। ସେମାନଙ୍କୁ ତିନି ଦିନ ମଧ୍ୟରେ ମୂଲ୍ୟାଙ୍କନ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।” ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟ ସରକାର କ୍ଷତିପୂରଣ ଦେବେ କାରଣ ସେ କୃଷକମାନଙ୍କୁ ଚିନ୍ତା ନକରିବାକୁ ଅନୁରୋଧ କରିଥିଲେ। ତିନିରୁ ଚାରି ଦିନ ମଧ୍ୟରେ ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ ହେବାର ସମ୍ଭାବନା ରହିଛି। ପାଞ୍ଚ ଦିନ ମଧ୍ୟରେ ଜିଲା ପ୍ରଶାସନ ମାଧ୍ୟମରେ ଚାଷୀଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.