ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

୮୦% ସଂକ୍ରମିତଙ୍କ ପାଖେ ଲକ୍ଷଣ ନାହିଁ

0

ଭୁବନେଶ୍ବର: ରାଜ୍ୟରେ ଯେତେ ଲୋକ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ଠାରେ କରୋନା ନେଇ କୁହାଯାଉଥିବା କୌଣସି ଲକ୍ଷଣ ନାହିଁ। ଆଜି ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ଏଭଳି ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ଶ୍ରୀମତୀ ପଣ୍ଡିତ କହିଥିଲେ ଯେ ଏଭଳି ସଂକ୍ରମିତଙ୍କୁ ଚିହ୍ନଟ ଫଳରେ ଅନ୍ୟମାନଙ୍କୁ ବ୍ୟାପିବା ରୋକାଯାଇପାରୁଛି। ଆଗକୁ ଅଧିକରୁ ଅଧିକ ସ୍ବାବ ସଂଗ୍ରହ ପାଇଁ ବିଭିନ୍ନ ସ୍କୁଲରେ କ୍ୟାମ୍ପ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ। ଯଦିଓ ବୃଦ୍ଧ ଓ ବୃଦ୍ଧା ସବୁଠାରୁ ଅଧିକ ସମ୍ବେଦନଶୀଳ ବୋଲି କରୋନା କ୍ଷେତ୍ରରେ କୁହାଯାଉଛି, ଓଡ଼ିଶା କ୍ଷେତ୍ରରେ ଏହି ହାର ମାତ୍ର ୮ ପ୍ରତିଶତ ରହିଛି। ଏହା ଏକ ଭଲ ଖବର।

ସେହିଭଳି କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ କହିଥିଲେ, ଯେ କୌଣସି ମଣିଷ ଯଦି କାଶେ, ତେବେ ତାର କଣିକା ୧୯ ଫୁଟ ପର୍ଯ୍ୟନ୍ତ ଯାଇପାରେ। ଆଉ ଛିଙ୍କ କ୍ଷେତ୍ରରେ ଏହା ୨୯ ଫୁଟ ପର୍ଯ୍ୟନ୍ତ ଗତି କରିବା ସମ୍ଭାବନା ରହିଛି। ଏଣୁ ପ୍ରତି ଲୋକେ ଏନେଇ ସଚେତନ ରହିବାକୁ ସେ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.