ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ

0

ଇଣ୍ଡିଆନ୍ ବିଲ୍ଡିଂ କଂଗ୍ରେସ ପକ୍ଷରୁ ଦିଆଗଲା ସମ୍ମାନ

ଭୁବନେଶ୍ୱର: ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ସର୍ଗୀକୃତ ଓ ନିରବଚ୍ଛିନ୍ନ କାର୍ଯ୍ୟ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଇଣ୍ଡିଆନ୍ ବିଲ୍ଡିଂ କଂଗ୍ରେସ ଓଡ଼ିଶା ଶାଖା ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି। ଇଣ୍ଡିଆନ୍ ବିଲ୍ଡିଂ କଂଗ୍ରେସ୍ ଓଡ଼ିଶା ଶାଖାର ଅଧ୍ୟକ୍ଷ, ଇଂ ବିଜୟ ଚନ୍ଦ୍ର ତ୍ରିପାଠୀ ଓ ଉପାଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ପାଢ଼ୀ, ପ୍ରଫେସର ନାୟକଙ୍କୁ ସୋମବାର ସାକ୍ଷାତ କରି ଏହି ସମ୍ମାନ ପଦାନ କରିଛନ୍ତି।
ଏହି ଅବସରରେ ଇଂ ତ୍ରିପାଠୀ ପ୍ରଫେସର ନାୟକଙ୍କୁ ଏକ ସଫଳ ଓ ବଳିଷ୍ଠ ଉଦ୍ୟୋଗୀ ଭାବେ ଉଚ୍ଚ ପ୍ରଶଂସା କରିବା ସହ ଓ ସେ ଭବିଷ୍ୟତରେ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ଏଭଳି ନିଃସ୍ୱାର୍ଥ ସେବା ଜାରୀ ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି। ପ୍ରଫେସର ନାୟକ ମଧ୍ୟ ଇଣ୍ଡିଆନ୍ ବିଲ୍ଡି କଂଗ୍ରେସ୍ ଓଡ଼ିଶା ଶାଖାକୁ ସୋଆ ପକ୍ଷରୁ ଭବିଷ୍ୟତରେ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ଅନୁଯାୟୀ ଦେଶର ୧୪ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି ସୋଆ। ଏହାର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ, ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଫ୍ୟାକଲ୍ଟି ଅଫ୍ ଲ ଏବଂ ଫ୍ୟାକଲ୍ଟି ଅଫ୍ ଡେଂଟାଲ ସାଇନ୍‌ସେସ୍ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ଯଥାକ୍ରମେ ୨୬, ୨୧ ଏବଂ ୯ମ ସ୍ଥାନ ହାସଲ କରିଛି। ସୋଆ ପରିଚାଳିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଭୁବନେଶ୍ୱର, ଫୁଲନଖରା, ଶୀତଳାପଲ୍ଲୀ ହସ୍ପିଟାଲ୍ ସମେତ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଛି।

Leave A Reply

Your email address will not be published.