ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ

0

ଭୁବନେଶ୍ବର:ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଚାଉଳ ବ୍ୟବହାର ହେବ। ଏ ନେଇ ଏକ ପରାମର୍ଶ ବୈଠକ କୃଷି ଭବନ ସମ୍ମିଳନୀ କକ୍ଷଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମହାପ୍ରସାଦରେ ଜୈବିକ ଚାଉଳର ବ୍ୟବହାର ନେଇ ଆଲୋଚନା ହୋଇଥିଲା।
ମହାପ୍ରସାଦକୁ ରସାୟନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଶ୍ରୀମନ୍ଦିରର ମହାପ୍ରସାଦରେ ଜୈବିକ ଚାଉଳ ଏବଂ ପନିପରିବାର ବ୍ୟବହାର ନିଷ୍ପତ୍ତିକୁ ସୁଆର- ମହାସୁଆର ନିଯୋଗ ତଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ସର୍ବଦା ଜୈବିକ କୃଷିକୁ ସମର୍ଥନ ଦେଇ ଆସିଛନ୍ତି।ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମନ୍ଦିର କୋଠଭୋଗରେ ଏହି ଜୈବିକ ଚାଉଳ ବ୍ୟବହାର କରାଯିବ। ଶ୍ରୀଗୁଣ୍ଡିଚା ସମୟରେ ସମ୍ପୂର୍ଣ୍ଣ ଲାଗି ହେଉଥିବା ଭୋଗରେ ଜୈବିକ ଚାଉଳ ଓ ପନିପରିବା ବ୍ୟବହାର ହେବା ପାଇଁ ପ୍ରସ୍ତାବ ରହିଛି। ‘ଅମୃତ ଅନ୍ନ’ ନାମରେ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଜୈବିକ ଅନ୍ନରୁ ପ୍ରସ୍ତୁତ ମହାପ୍ରସାଦ ଆନନ୍ଦବଜାରରେ ଭକ୍ତଙ୍କ ପାଇଁ ଉପଲବ୍ଧ ହେବ। ଏଥି ପାଇଁ ଆନନ୍ଦବଜାରରେ ଏକ ସ୍ୱତନ୍ତ୍ର‌ କାଉଣ୍ଟର ଖୋଲାଯିବାର ପ୍ରସ୍ତାବ ରହିଛି।

ପ୍ରାରମ୍ଭିକ ଭାବେ ରାଜ୍ୟରେ ଉତ୍ପାଦିତ ହେଉଥିବା କଳାଜୀରା, ପିମ୍ପୁଡ଼ିବାସ, ଯୁବରାଜ ଆଦି ଜୈବିକ ଚାଉଳ ଦେଶୀୟ ପ୍ରଜାତିର ଜୈବିକ ଧାନ ଏହି ‘ଅମୃତ ଅନ୍ନ’ ମହାପ୍ରସାଦରେ ବ୍ୟବହୃତ ହେବ। ଏଥି ମଧ୍ୟରୁ କଳାଜୀରା ଧାନ ଜିଆଇ ଟ୍ୟାଗ୍‌ (ଭୌଗୋଳିକ ସୂଚକାଙ୍କ)ରେ ସ୍ଥାନିତ ହୋଇସାରିଛି। ସଂପ୍ରତି ଓଡ଼ିଶା ଚାଉଳ ଉତ୍ପାଦକତାରେ ଜାତୀୟ ହାରଠାରୁ ଆଗରେ ରହିଛି। ଚଳିତ ବର୍ଷ କୋରାପୁଟର ୧୩୬୫ ଏକର ଜମିରେ କଳାଜୀରା ଚାଉଳ ଚାଷ ହୋଇଛି ଏବଂ କୋଟପାଡ଼ଠାରେ ପ୍ରଥମ ଥର ପାଇଁ କଳାଜୀରା ଧାନର ମଣ୍ଡି ଖୋଲାଯାଇଛି।

ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ଅର୍ଗାନିକ୍‌ ସାର୍ଟିଫିକେସନ୍‌, ସବ୍‌ସିଡ଼ିର ଆଦିର ପ୍ରସ୍ତାବ ରହିଛି। ଏଥି ସହ କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ)ମାନଙ୍କୁ କ୍ଲଷ୍ଟର ଆପ୍ରୋଚ୍‌ ମାଧ୍ୟମରେ ଜୈବିକ ଚାଉଳ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବ ଏବଂ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବାକୁ ଏକ ପରିଚାଳନା କମିଟି ଗଠନ କରାଯିବ। ସେହି କମିଟିରେ ଶ୍ରୀମନ୍ଦିର ପ୍ରଶାସନ, ସୁଆର-ମହାସୁଆର ନିଯୋଗ ପ୍ରତିନିଧିଙ୍କ ସମେତ ଅନ୍ୟ ଉତ୍ପାଦକ ଗୋଷ୍ଠୀର ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ସଦସ୍ୟ ରହିବେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ରୁ ୨୦୦ ଏକର ଜମିରେ ଜୈବିକ ଚାଉଳ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ବିହନ ସଂରକ୍ଷଣ କରାଯାଇ ପରବର୍ତ୍ତୀ ସମୟରେ ଅଧିକ ଜୈବିକ ଧାନ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବ ଏବଂ ସଂପୂର୍ଣ୍ଣ ‘ଅମୃତ ଅନ୍ନ’ ମହାପ୍ରସାଦରେ ଜୈବିକ ଶସ୍ୟ ବ୍ୟବହାର କରାଯିବ। ଜୈବିକ ପଦ୍ଧତିରେ ଉତ୍ପାଦନବେଳେ ଗୋମୂତ୍ର, ଗୋବର, ବୀଜାମୃତ ତଥା ଅନ୍ୟ ଜୈବିକ ଖତର ବ୍ୟବହାର ରାଜ୍ୟରେ ଗୋବଂଶର ସୁରକ୍ଷା ଓ ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ।

Leave A Reply

Your email address will not be published.