ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

0

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ। ଦିଲ୍ଲୀରେ ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ଏମ୍‌ପି ସଜ୍ଜନ କୁମାରଙ୍କୁ ରୌଜ୍‌ ଏଭିନ୍ୟୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସଜ୍ଜନ କୁମାର ପୂର୍ବରୁ ଦିଲ୍ଲୀ କ୍ୟାଣ୍ଟ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

ଶିଖ୍ ସମ୍ପ୍ରଦାୟର କିଛି ସଦସ୍ୟ ସଜ୍ଜନ କୁମାରଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ। ରାୟ ପ୍ରକାଶ ପାଇବା ପୂର୍ବରୁ, ସଜ୍ଜନ କୁମାର ଦଣ୍ଡରେ କୋହଳତା ପାଇଁ ଆବେଦନ କରିଥିଲେ। ସେ ତାଙ୍କ ଯୁକ୍ତିରେ କହିଛନ୍ତି, ଏହି ମାମଲାରେ ମୋତେ ମୃତ୍ୟୁଦଣ୍ଡ ଦେବାର କୌଣସି ଆଧାର ନାହିଁ। ସଜ୍ଜନ କୁମାର କହିଛନ୍ତି, ମୁଁ ୮୦ ବର୍ଷ ବୟସ୍କ। ବୟସ ବୃଦ୍ଧି ଯୋଗୁ ଅନେକ ରୋଗରେ ପୀଡିତ। ମୁଁ ୨୦୧୮ରୁ ଜେଲରେ ଅଛି। ସେବେଠାରୁ ମୁଁ କୌଣସି ଛୁଟି/ପାରୋଲ ପାଇନାହିଁ। ସେ ଆହୁରି କହିଛନ୍ତି, ୧୯୮୪ ଦଙ୍ଗା ପରେ ମୁଁ କୌଣସି ଅପରାଧିକ ମାମଲାରେ ଜଡିତ ନାହିଁ। ଜେଲରେ / ବିଚାର ସମୟରେ ମୋର ଆଚରଣ ସର୍ବଦା ଭଲ,ମୋ ବିରୋଧରେ କୌଣସି ଅଭିଯୋଗ ଆସିନାହିଁ। ତେଣୁ, ମୋର ସୁଧାରର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

୧୯୮୪ ନଭେମ୍ବର ୧ ତାରିଖରେ ଦିଲ୍ଲୀର ସରସ୍ବତୀ ବିହାର ଅଞ୍ଚଳରେ ଦୁଇ ଶିଖ ଜସୱନ୍ତ ସିଂ ଏବଂ ତାଙ୍କ ପୁଅ ତରୁଣଦୀପ ସିଂଙ୍କୁ ନିର୍ମମ ହତ୍ୟା ମାମଲାରେ ମଙ୍ଗଳବାର କୋର୍ଟ ତାଙ୍କୁ ଦଣ୍ଡାଦେଶ ଦେଇଛନ୍ତି।

Leave A Reply

Your email address will not be published.