ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ମହାକୁମ୍ଭ ରୂପରେ ଭାରତର ବିଶାଳ ରୂପ ଦେଖିଲା ସାରା ବିଶ୍ୱ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ମହାକୁମ୍ଭର ଆୟୋଜନ ବିଷୟରେ କହିଥିଲେ। ମହାକୁମ୍ଭର ସଫଳ ଆୟୋଜନ ପାଇଁ ଉତ୍ତର ପ୍ରଦେଶ ପ୍ରଶାସନ ଏବଂ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି ମହାକୁମ୍ଭ ଜରିଆରେ ରାଷ୍ଟ୍ରୀୟ ଚେତନାର ଦର୍ଶନ ହେଲା। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆଜି ଏହି ଗୃହ ମାଧ୍ୟମରେ, ମୁଁ ସେହି ଦେଶବାସୀଙ୍କୁ ପ୍ରଣାମ କରୁଛି ଯାହାଙ୍କ ଯୋଗୁ ମହାକୁମ୍ଭ ସଫଳତାର ସହିତ ଆୟୋଜିତ ହୋଇଛି। ମହାକୁମ୍ଭର ସଫଳତାରେ ଅନେକ ଲୋକଙ୍କର ଅବଦାନ ରହିଛ। ମୁଁ ସମସ୍ତ କର୍ମଯୋଗୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଦେଶ ସାରାର ଭକ୍ତମାନଙ୍କୁ, ଉତ୍ତର ପ୍ରଦେଶର ଲୋକମାନଙ୍କୁ ଏବଂ ବିଶେଷକରି ପ୍ରୟାଗରାଜର ଲୋକମାନଙ୍କୁ ଧନ୍ୟବାଦ ଜଣାଉଛି।

ମହାକୁମ୍ଭ ରୂପରେ ପୁରା ଦୁନିଆ ଭାରତ ଦର୍ଶନ କଲା। ସବ୍ କା ପ୍ରୟାସ ର ଏହା ସାର୍ଥକ ରୂପ । ଦେଶର କୋଣ ଅନୁକୋଣରେ ଧାର୍ମିକ ଚେତନା ଜାଗ୍ରତ ହୋଇଛି। ମହାକୁମ୍ଭରୁ ଅନେକ ଅମୃତ ବାହାରିଛି, ସେଥିମଧ୍ୟରୁ ଏକତା ଅନ୍ୟତମ। ମହାକୁମ୍ଭରେ ଏକତାର ବିରାଟ ରୂପ ଦେଖିବାକୁ ମିଳିଲା। ଅହଂ ତ୍ୟାଗ କରି ମୁଁ ନୁହେଁ , ଆମେ ଭାବନାରେ ଏକାଠି ହେଲେ। ସଙ୍ଗମ ତୁଠରେ ବୁଡ ପକାଇବା ଏକ୍‌ ଭାରତ, ଶ୍ରେଷ୍ଠ ଭାରତର ଝଲକ୍। ଅନେକତାରେ ଏକତା ଭାରତର ବିଶେଷତ୍ଵ , ଯାହାକୁ ମୁଁ ମହାକୁମ୍ଭରେ ଅନୁଭବ କଲି। ମହାକୁମ୍ଭରୁ ପ୍ରେରଣା ନେଇ ନଦୀ ଉତ୍ସବ ପରମ୍ପରାକୁ ଆଗକୁ ନେବା। ଏହାଦ୍ଵାରା ଯୁବପିଢି ଜଳର ମହତ୍ଵ ବୁଝିବେ , ନଦୀର ରକ୍ଷା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ବର୍ଷ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆମ ସମସ୍ତଙ୍କୁ ଅନୁଭବ କରାଇଥିଲା ଯେ ଦେଶ ଆଗାମୀ ୧୦୦୦ ବର୍ଷ ପାଇଁ କିପରି ପ୍ରସ୍ତୁତ ହେଉଛି। ଏହି ବର୍ଷ ମହାକୁମ୍ଭ ଆମ ଚିନ୍ତାଧାରାକୁ ଆହୁରି ଦୃଢ଼ କରିଛି, ଏବଂ ଦେଶର ସାମୂହିକ ଚେତନା ଆମକୁ ଦେଶର ଶକ୍ତି ବିଷୟରେ ଜଣାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ମାନବ ଜୀବନର ଇତିହାସରେ ଏପରି ଅନେକ ମୋଡ଼ ଆସିଛି, ଯାହା ପିଢ଼ିକୁ ଦିଗଦର୍ଶନ ଦିଏ। ଏହି କାର୍ଯ୍ୟକ୍ରମ ସମୟରେ ଲୋକମାନେ ସୁବିଧା ଏବଂ ଅସୁବିଧା ବିଷୟରେ ଚିନ୍ତା ନକରି ଏଥିରେ ଅଂଶଗ୍ରହଣ କରିଥିଲେ। ଆମର ପରମ୍ପରାଗୁଡ଼ିକୁ ପିଢ଼ି ପରେ ପିଢ଼ି ହସ୍ତାନ୍ତର କରିବାର ପ୍ରକ୍ରିୟା ଜାରି ରହିଛି। ଆଜି ଭାରତର ଯୁବପିଢ଼ି ଗର୍ବର ସହିତ ଏହାର ପରମ୍ପରା, ବିଶ୍ୱାସ ଏବଂ ରୀତିକୁ ଗ୍ରହଣ କରୁଛନ୍ତି। ଏକ ଦେଶ ଭାବରେ ଆମେ ବଡ଼ ଲକ୍ଷ୍ୟ ହାସଲ କରିବା ପାଇଁ ଆତ୍ମବିଶ୍ୱାସ ହାସଲ କଲୁ। ଏହାର ଐତିହ୍ୟ ସହିତ ଯୋଡ଼ି ହେବାର ପରମ୍ପରା ହେଉଛି ଆଜିର ଭାରତର ସବୁଠାରୁ ବଡ଼ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ  କହିଛନ୍ତି ।

Leave A Reply

Your email address will not be published.