ପ୍ରମୁଖ ଖବର

ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ
ପାରାଦୀପ ବନ୍ଦରରେ ୨ ଜାହାଜ ଓସିମ ଜାଡେ ଏବଂ ଓସିମ ମୋର୍ଗାନାଇଟକୁ ଗିରଫ କଲା ପୁଲିସ
ଟାଟା ଷ୍ଟିଲରେ ଅଘଟଣ: ୯ ଜଣ ଶ୍ରମିକ ଆହତ
ସରିଲା ନିଲମ୍ବନ, ମୁଣ୍ଡିଆ ମାରି ବିଧାନସଭାକୁ ଭିତରକୁ ଗଲେ ତାରା
ଭତ୍ତା ଅପେକ୍ଷାରେ ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ: ମନ୍ତ୍ରୀ
ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
ଦିଲ୍ଲୀ ହାଇକୋର୍ଟର ବିଚାରପତି ଯ‌ୋବନ୍ତ ବର୍ମା ଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍

0

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ଧରଣର ଆୟକର ଚଢ଼ାଉ। ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌ ହୋଇଛି। ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍। ଆୟକର ଫାଙ୍କିବା ନେଇ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।
ଅନୁଗୋଳରେ ତିନି ଜଣିଆ ଟିମ ଚଳାଇଛନ୍ତି ଖୋଳତାଡ଼। ତାଳଚେର, ଅନୁଗୁଳ, ଢେଙ୍କାନାଳ, ପୁରୀ, ଭୁବନେଶ୍ୱରରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚାଲିଛି ଚଢ଼ାଉ। ଶକ୍ତି ମଲ୍ଟି ଏୟାର ଲିମୋନେଡ ପ୍ରାଇଭେଟ୍ ଲିମିଟେଡ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ସ୍ଥାନରେ ଚଢାଉ କରାଯାଉଛି।

ସେହିପରି ପାରଳାଖେମୁଣ୍ଡିରେ ଥିବା ସମୁଦି ଘରେ ବି ଚଢ଼ଉ କରୁଛି ଆୟକର ବିଭାଗ। ଚଢାଉ ବେଳେ ୧୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ତାଳଚେରର ମା’ ହିଙ୍ଗୁଳା ଟ୍ରାନ୍ସପୋର୍ଟରେ ମଧ୍ୟ ରେଡ୍ କରିଛି ଆଇଟି ଟିମ୍। ଏକାଧିକ ଟିମ୍ କରୁଛନ୍ତି ଚଢ଼ାଉ। ମଦ ବ୍ୟବସାୟୀ ବିକ୍ରମ ସାହୁ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.