ନୂଆଦିଲ୍ଲୀ: ଆଜି ପବିତ୍ର ରାମ ନବମୀ। ଉତ୍ସବମୁଖର ରାମ ନଗରୀ ଅଯୋଧ୍ୟା। ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି। ରାମ ନବମୀକୁ ନେଇ ସାରା ଦେଶ ଉତ୍ସବମୁଖର। ରାମ ନଗରୀ ଅଯୋଧ୍ୟା ଆଜି ପଡୁଛି ଉଠୁଛି। ଅଯୋଧ୍ୟା ରାମ ମନ୍ଦିରରେ ଧୁମଧାମରେ ପାଳନ ହେଉଛି ଅଦ୍ଭୁତ ଓ ଦିବ୍ୟ, ଭବ୍ୟ ଉତ୍ସବ। ପବିତ୍ର ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ‘ରାମ ନବମୀ’ର ଶୁଭେଚ୍ଛା ଜଣାଇ ଦେଶବାସୀଙ୍କ ଜୀବନରେ ନୂତନ ଉତ୍ସାହ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି ଯେ, ‘ରାମ ନବମୀ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଜୟନ୍ତୀର ଏହି ପବିତ୍ର ଅବସର ଆପଣମାନଙ୍କ ସମସ୍ତଙ୍କ ଜୀବନରେ ନୂତନ ଚେତନା ଏବଂ ନୂତନ ଉତ୍ସାହ ଆଣୁ ଏବଂ ଏକ ସଶକ୍ତ, ସମୃଦ୍ଧ ଏବଂ ସକ୍ଷମ ଭାରତର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରୁ। ଜୟ ଶ୍ରୀ ରାମ।
ପ୍ରମୁଖ ଖବର
ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ