ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟରରେ ୮ ନକ୍ସଲ ମୃତ

0

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ନକ୍ସଲଙ୍କୁ ବଡ଼ ଝଟକା। ଝାଡ଼ଖଣ୍ଡ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ୮ ଜଣ ନକ୍ସଲ ନିପାତ ହୋଇଥିବା ଜଣାପଡ଼ିଛି। ଏହି ଏନକାଉଣ୍ଟରରେ ୧୦ରୁ ଅଧିକ ନକ୍ସଲ ନିହତ ହୋଇଥିବା ବେଳେ ପ୍ରାୟ ୮ଟି ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ପୋଲିସ ଏବଂ ସୁରକ୍ଷା କର୍ମୀ ମିଳିତ ଭାବରେ କରିଥିବା ଏନକାଉଣ୍ଟରରେ ଅଧ ଡଜନରୁ ଅଧିକ ନକ୍ସଲ ନିହତ ହୋଇଛନ୍ତି। ବୋକାରୋର ଲୁଗୁ ପାହାଡ଼ର ପାଦଦେଶ ଅଞ୍ଚଳରେ ନକ୍ସଲଙ୍କ ଏକ ବଡ଼ ଦଳ ବୁଲୁଥିବା ନେଇ ସୁରକ୍ଷା ବାହିନୀ ଖବର ପାଇଥିଲା। ଏନେଇ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଏକ ଅପରେସନ ଆରମ୍ଭ ହୋଇଥିଲା। ପରେ ନକ୍ସଲମାନେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବରେ, ଝାଡ଼ଖଣ୍ଡ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ନକ୍ସଲମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ବେଶ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କୁ ସାମନା କରି ନପାରି ଛତ୍ରଭଙ୍ଗ ଦେଇଥିଲା ମାଓବାଦୀ।
ନିହତ ନକ୍ସଲଙ୍କ ମଧ୍ୟରୁ ଅନେକଙ୍କ ଅନେକ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ନକ୍ସଲବାଦୀ ବିବେକଙ୍କ ସ୍କ୍ୱାଡ୍ ସହିତ ଏହି ଏନକାଉଣ୍ଟର ହୋଇଛି, ଯାହାଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କା ପୁରସ୍କାର ରାଶି ରହିଥିଲା। ଏହି ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ବିବେକ ଏବଂ ଅରବିନ୍ଦ ଯାଦବ ନିହତ ହୋଇଥିବା ଜଣାପଡ଼ିଛି। ଏନକାଉଣ୍ଟର ପରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

Leave A Reply

Your email address will not be published.