ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ

0

କୋରାପୁଟ: କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସୋମବାର ଦିନ ପବ୍ଲିକ ଆଡମିନିଷ୍ଟ୍ରେସନରେ ତାଙ୍କର ଅତୁଳନୀୟ ଯୋଗଦାନ ଓ କାର୍ଯ୍ୟ ଯୋଗୁଁ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଗତ ୨୦୨୪ ମସିହାରେ ଜିଲାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲାପାଳ ଭି କୀର୍ତି ଭାସନ ପ୍ରଧାନମନ୍ତ୍ରୀ ଆୱାର୍ଡ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ସୋମବାର ଆୟୋଜିତ ସିଭିଲ ସର୍ଭିସ ଡେ’ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଏହି ଆୱାର୍ଡ଼ ପ୍ରଦାନ କରିଛନ୍ତି।

ଗତ ୧୮ମାସ ମଧ୍ୟରେ କୋରାପୁଟ ଜିଲାରେ ୧୧ଟି କେନ୍ଦ୍ରୀୟ ଯୋଜନାର ସଫଳ କାର୍ଯ୍ୟକାରିତା କରି ହିତାଧିକାରୀଙ୍କ ନିକଟରେ ସୁଫଳ ପହଞ୍ଚାଇ ଥିବାରୁ କୋରାପୁଟ ଜିଲା ଏହି ପୁରସ୍କାର ପାଇବା ପାଇ ଯୋଗ୍ୟ ବିବେଚିତ ହେଇଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସକ୍ଷମ ଅଙ୍ଗନଓ୍ବାଡି ଓ ପୋଷଣ , ପିଏମ୍‌ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା, ପିଏମ୍‌ ବିଶ୍ୱକର୍ମା ଯୋଜନା, କିଷାନ କାର୍ଡ , ମିଶନ ଟୀକାକରଣ ,ପିଏମ୍‌ ଜନ ଆରୋଗ୍ୟ ଯୋଜନା, ହର୍‌ ଘର୍‌ ଜଳ୍‌ (ଜଳ ଜୀବନ ମିଶନ), ପିଏମ୍‌ ସହରାଞ୍ଚଳ ଆବାସ ଓ ପିଏମ୍‌ ଗ୍ରାମାଞ୍ଚଳ ଆବାସ ଯୋଜନା ଆଦି କାର୍ଯ୍ୟକାରୀ କରିବା ସହ ସାଧାରଣ ଜନତା ଓ ପ୍ରଶାସନର ସହଭାଗିତାରେ ନିଜ ଦକ୍ଷତା ପ୍ରତିପାଦନ କରି ଦେଶରେ ଶ୍ରେଷ୍ଠ ଜିଲା ଭାବେ ମନୋନୀତ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ରୀୟ ଟିମ୍‌ ଆସି ଅନୁଧ୍ୟାନ କରିବା ପରେ ଏହି ପୁରସ୍କାର ପାଇବାକୁ କୋରାପୁଟ ଜିଲା ଯୋଗ୍ୟ ବିବେଚିତ ହୋଇଛି।

ଭାରତ ବର୍ଷର ୭୧୦ଟି ଜିଲା ମଧ୍ୟରୁ କେବଳ ୫ ଜିଲା ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ଏହି ୫ଟି ଜିଲା ମଧ୍ୟରେ ଓଡ଼ିଶାର କୋରାପୁଟ ସ୍ଥାନ ପାଇଛି। ଏଥିପାଇଁ କୋରାପୁଟ ଜିଲାପାଳ ଜିଲାର ସମସ୍ତ ଅଧିକାରୀ, କର୍ମଚାରୀ ଓ ଜିଲାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.