ପ୍ରମୁଖ ଖବର

ଆଇପିଏସ୍‌ସ୍ତରରେ ଅଦଳବଦଳ: ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ଡିଜି
ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ
ଡାକ୍ତରଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ: ସୁପ୍ରିମକୋର୍ଟ
ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ଚଳିତ ମାଟ୍ରିକ୍ ରେଜଲ୍ଟରେ ଛାତ୍ରୀ ବାଜିମାରିନେଇଛନ୍ତି । ପାସ୍ ହାର ୯୪.୯୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ରହିଛି
କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ ଅଙ୍ଗନୱାଡି କର୍ମୀ

ମହାପ୍ରଭୁଙ୍କ ଦାରୁ କିପରି ଦୀଘା ଗଲା: ଆଇନମନ୍ତ୍ରୀ

0

ଭୁବନେଶ୍ବର: ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ ବୋଲି ସେ କହିଛନ୍ତି। ଦାରୁ କିପରି ସେଠାକୁ ଗଲା ତଦନ୍ତ ପରେ ସ୍ପଷ୍ଟ ହେବ। ଜଗନ୍ନାଥ ମନ୍ଦିର ନିର୍ମାଣ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଠାକୁରଙ୍କ ବଳକା କାଠ ସେଠାରେ ବ୍ୟବହାର କରିବା ଗ୍ରହଣୀୟ ନୁହେଁ।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, “ମହାପ୍ରଭୁ ଜଗନ୍ନାଥଙ୍କ ଧାମ ସହ ବିଶ୍ଵର କୌଣସି ଜଗନ୍ନାଥ ମନ୍ଦିରକୁ ତୁଳନା କରିବା ଆପ୍ରାସଙ୍ଗିକ ଏବଂ ଅଗ୍ରହଣୀୟ। ମନ୍ଦ ଉଦ୍ଦେଶ୍ୟ ଥିବା ଲୋକଙ୍କ ଉପରେ କରାଯିବ ଦଣ୍ଡ ବିଧାନ। ଅନ୍ୟ କେଉଁଠି ଜଗନ୍ନାଥଙ୍କ ମନ୍ଦିର ତିଆରି କରାଯାଇପାରେ, କିନ୍ତୁ ଧାମର ଆଖ୍ୟା ଦିଆଯାଇପାରିବ ନାହିଁ।”

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “ଯେଉଁ ଘଟଣାକୁ ନେଇ ଆଲୋଚନା ହେଉଛି, ସେ ସବୁ ସତ କି ମିଛ, ତାହା ତଦନ୍ତ ସରିବା ପରେ ଜଣାପଡ଼ିବ। ଜଗନ୍ନାଥଙ୍କ ଦାରୁର ବଳକା କାଠରେ ମୂର୍ତ୍ତି ତିଆରି କରି ବାହାରକୁ ନେବା। ଏ ସବୁ ବାବଦରେ ଚର୍ଚ୍ଚା ଆଲୋଚନା ହେଉଛି। ତେବେ କିଏ କେଉଁ ମନ୍ଦିରକୁ ଗଲେ ତାହା ଧର୍ତ୍ତବ୍ୟ ଅପରାଧ ନୁହେଁ । କିନ୍ତୁ ଠାକୁରଙ୍କ ବଳକା କାଠକୁ କେଉଁଠି ନେଇ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। “

ଜଗନ୍ନାଥ ଧାମ ବିଶ୍ୱରେ ଗୋଟିଏ ଯାହାକି ପୁରୀରେ ରହିଛି। ଆଉ କେଉଁଠି ଜଗନ୍ନାଥ ଧାମ କରିବା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଓଡ଼ିଶା ଫେରିବା ପରେ ତାଙ୍କ ସହ ଆଲୋଚନା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଏପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.