ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ବେଲୁଚିସ୍ତାନରେ ସ୍କୁଲ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ

0

ପାକିସ୍ତାନ: ପାକିସ୍ତାନର ବେଲୁଚିସ୍ତାନରେ ସ୍କୁଲ ବସ୍ ଉପରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ସ୍କୁଲ ବସ୍‌କୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ବସ୍‌ରେ ଥିବା ଚାରି ଜଣ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୮ ଜଣ ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ କାରରେ ଯାଉଥିବା ଜଣେ ଆତ୍ମଘାତୀ ଆକ୍ରମଣକାରୀ ବସ୍‌କୁ ଧକ୍କା ଦେଇଥିଲେ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବସ୍‌ଟି ଜିରୋ ପଏଣ୍ଟ ନିକଟରେ ଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତମାନଙ୍କୁ କ୍ୱେଟା ଏବଂ କରାଚୀର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକବି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ପିଲାମାନଙ୍କୁ ଟାର୍ଗେଟ କରିଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ।
ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ଶତ୍ରୁମାନେ ନିର୍ଦ୍ଦୋଷ ପିଲାମାନଙ୍କୁ ନିଜର ଶିକାର କରିଛନ୍ତି। ଏହି ଆକ୍ରମଣ ମାଧ୍ୟମରେ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି । ଦେଶର ଏକତାକୁ ଭାଙ୍ଗିବା ପାଇଁ ହେଉଥିବା ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ପଣ୍ଡ କରାଯିବ।

ସୂଚନାଯୋଗ୍ୟ, ପାକିସ୍ତାନରେ ବେଲୁଚିସ୍ତାନକୁ ନେଇ ବହୁତ ଦିନ ହେଲା ଅରାଜକତା ଲାଗି ରହିଛି । ବଲୁଚ୍ ବିଦ୍ରୋହୀମାନେ ପାକିସ୍ତାନ ସେନା ଏବଂ ପୋଲିସକୁ ଟାର୍ଗେଟ କରିବା ଜାରି ରଖିଛନ୍ତି । ଅନ୍ୟପକ୍ଷରେ, ପାକିସ୍ତାନ ସେନା ମଧ୍ୟ ବଲୁଚ୍ ବିଦ୍ରୋହୀଙ୍କ ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହା ବ୍ୟତୀତ, ଏବେ ସିନ୍ଧ ରାଜ୍ୟକୁ ପାକିସ୍ତାନରୁ ଅଲଗା କରିବା ପାଇଁ ଦାବି ଉଠୁଛି । ସିନ୍ଧରେ ଅନେକ ପ୍ରତିବାଦକାରୀ ନିରନ୍ତର ପ୍ରତିବାଦ କରୁଛନ୍ତି।

Leave A Reply

Your email address will not be published.