ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ସ୍ୱତନ୍ତ୍ର ଓଟିଇଟି-୨୦୨୫ ପାଇଁ ଅନଲାଇନ୍ ପଞ୍ଜୀକରଣ ତାରିଖ ମେ’୨୭ ଯାଏଁ ବୃଦ୍ଧି

0

ଭୁବନେଶ୍ବର: ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାଇଁ ଅନଲାଇନ୍ ପଞ୍ଜୀକରଣର ଶେଷ ତାରିଖ ଏବଂ ସମୟ ଆଜି (ଗୁରୁବାର) ପୂର୍ବାହ୍ନ ୧୧.୪୫ ଥିଲା। ଏବେ ଏହାର ଶେଷ ତାରିଖକୁ ମେ’ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି।

ସୂଚନାଥାଉକି, ଚଳିତ ମାସର ଆରମ୍ଭରେ ମେ’୭ ତାରିଖରେ ବିଏସଇ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି ନୋଟିସରେ ବିଏସଇ ଉଲ୍ଲେଖ କରିଥିଲା ​​ଯେ, ଯୋଗ୍ୟ ଶିକ୍ଷକମାନେ ମେ ୯’ ୨୦୨୫ ପୂର୍ବାହ୍ନ ୮ ଟାରୁ ସେମାନଙ୍କର ଅନଲାଇନ୍ ପଞ୍ଜୀକରଣ ପଠାଇପାରିବେ। ପେପର-୧ ଏବଂ ପେପର -୨ ପାଇଁ ସମ୍ପୃକ୍ତ ଲିଙ୍କ୍ ପୃଥକ ଭାବରେ ଅନଲାଇନ୍‌ରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲା।

Leave A Reply

Your email address will not be published.