ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ସେତୁ ଉଦ୍‌ଘାଟିତ

0

ଜମ୍ମୁ-କଶ୍ମୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରର ରେଆସି ଜିଲା ଅନ୍ତର୍ଗତ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍‌କୁ ଉଦ୍‌ଘାଟନ କରିଛନ୍ତି। ବ୍ରିଜ୍‌ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିରଙ୍ଗା ଉଡ଼ାଉଥିବାର ଦେଖାଯାଇଥିଲା। ୧୫ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ସେତୁ। ଯାହାର ଉଚ୍ଚତା ୩୫୯ ମିଟର ଥିବା ବେଳେ ଏହି ସେତୁର ଦୈର୍ଘ୍ୟ ୧୩୧୫ ମିଟର ରହିଛି। ଚେନାବ ବ୍ରିଜ୍ ପ୍ୟାରିସର ଆଇଫେଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ। ୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି। ଏଥିପାଇଁ ୧୪୮୬କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୦ ହଜାର ମେଟ୍ରିକ ଟନ ଇସ୍ପାତ ବ୍ୟବହାର କରାଯାଇଛି।

ଏହା ଘଣ୍ଟା ପ୍ରତି ୨୬୦ କିଲୋମିଟର ପର୍ଯ୍ୟନ୍ତ ପବନକୁ ସହ୍ୟ କରିପାରିବ। ତୁଷାରପାତ ସମୟରେ କାଶ୍ମୀର ଉପତ୍ୟକା ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଯାଉଥିଲା। ୨୦୦୩ ରେ ଭାରତ ସରକାର କାଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସବୁ ପାଗ ଭିତ୍ତିରେ ସଂଯୋଗ କରିବା ପାଇଁ ଚେନାବ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ସେତୁ ୨୦୦୯ ସୁଦ୍ଧା ପ୍ରସ୍ତୁତ ହେବାକୁ ଥିଲା। ମାତ୍ର ଏହି ଅବଧି ମଧ୍ୟରେ ଏହା ସରିନଥିଲା। ବର୍ତ୍ତମାନ ପ୍ରାୟ ୨ ଦଶନ୍ଧି ପରେ ଚେନାବ ନଦୀ ଉପରେ ନିର୍ମିତ ଏହି ସେତୁ ପ୍ରସ୍ତୁତ ହୋଇଛି। ଏହି ବ୍ରିଜ୍ ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ଏବଂ ରିକ୍ଟର ସ୍କେଲରେ ୮ ମ୍ୟାଗ୍ନିଚ୍ୟୁଡ୍ ପର୍ଯ୍ୟନ୍ତ ଭୂକମ୍ପକୁ ସହ୍ୟ କରିପାରିବ। ସେତୁଟି ଆସନ୍ତା ୧୨୦ ବର୍ଷ ପାଇଁ ନିର୍ମାଣ କରାଯାଇଛି।

Leave A Reply

Your email address will not be published.