ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଶେଖ୍‌ ହସିନାଙ୍କୁ ୬ ମାସ ଜେଲ୍‌ଦଣ୍ଡ

0

ବାଂଲାଦେଶ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବଢିଯାଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ହସିନାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବୁଧବାର ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
ବାଂଲାଦେଶରେ ଛାତ୍ର ଭେଦଭାବ ବିରୁଦ୍ଧରେ ଷ୍ଟୁଡେଣ୍ଟ ଏଗେନଷ୍ଟ ଡିସ୍କ୍ରିମିନେଶନ (SAD) ଦ୍ୱାରା ହୋଇଥିବା ହିଂସାତ୍ମକ ପ୍ରତିବାଦ ପରେ ଶେଖ ହାସିନାଙ୍କୁ ଅଗଷ୍ଟ ୨୦୨୪ରେ ପଦରୁ ହଟାଇ ଦିଆଯାଇଥିଲା। ସରକାରୀ ଚାକିରିରେ କୋଟା ସଂସ୍କାର ଦାବି ସହିତ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା, କିନ୍ତୁ ଏହା ବହୁତ ହିଂସାତ୍ମକ ରୂପ ନେଇଥିଲା। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ମଧ୍ୟଭାଗରୁ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରାୟ ୧,୪୦୦ ଲୋକଙ୍କୁ ହତ୍ୟା କରାଯାଇଥିଲା

ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ, ଅନ୍ତର୍ଜାତୀୟ ଅପରାଧ ଅଦାଲତଙ୍କ ଖଣ୍ଡପୀଠର ଅଧ୍ୟକ୍ଷତା ଜଷ୍ଟିସ୍ ମହମ୍ମଦ ଗୁଲାମ ମୁର୍ତଜା ମଜୁମଦାର କରିଥିଲେ। ପ୍ରଥମ ଥର ପାଇଁ କୌଣସି ମାମଲାରେ ଶେଖ ହସିନାଙ୍କୁ ଜେଲ ଦଣ୍ଡ ହୋଇଛି।

Leave A Reply

Your email address will not be published.