ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଆଜି ମହାପ୍ରଭୁଙ୍କ ସୁନାବେଶ

0

ପୁରୀ: ଆଜି ମହାବାହୁଙ୍କ ସୁନାବେଶ। ମହଣ ମହଣ ସୁନାରେ ଆଭୂଷିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜିଉଙ୍କ ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡ ତଢାଉ ବେଶ ଅନ୍ୟତମ। ଜଗତର ନାଥ, ଶ୍ରୀକ୍ଷେତ୍ରାଧିପତି ଶୃଙ୍ଗାର ପ୍ରିୟ ମହାପ୍ରଭୁଙ୍କ ଆଜି ଦୁର୍ଲ୍ଲଭ ସୁନାବେଶ। ମହଣ ମହଣ ସୁନାରେ ଝଟକୁଛନ୍ତି ଶ୍ରୀଜିଉ। ଶ୍ରୀକ୍ଷେତ୍ରାଧିପତିଙ୍କ ଏହି ଦୁର୍ଲ୍ଲଭ ଅପୂର୍ବ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ହେଉଛନ୍ତି ଲକ୍ଷ ଲକ୍ଷ ଭକ୍ତ।
୧୩୮ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ। ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୂଷଣ ଲାଗି କରିଥାନ୍ତି । ସନ୍ଧ୍ୟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଏହି ଦୁର୍ଲ୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଆଜି ଜନସମୁଦ୍ର ପାଲଟିଛି ବାଡଦାଣ୍ଡ ।ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାର୍କେଟ ଛକରୁ ବ୍ୟାରିକେଡ଼ କରାଯାଇଛି । ଶ୍ରଦ୍ଧାଳୁ ମାର୍କେଟ ଛକରୁ ବ୍ୟାରିକେଡରେ ଆସି ବେଶ ଦେଖିବା ପରେ ତିନିରଥ ପଛପଟ ରାସ୍ତା ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷେ ସୁନାବେଶ ସାଆନ୍ତେଙ୍କୁ ଦର୍ଶନ କରିବାକୁ ଆତୁର ହୋଇପଡିଛନ୍ତି ଭକ୍ତ। ଶ୍ରୀକ୍ଷେତ୍ର ଆସିବାକୁ ରାସ୍ତାରେ ପଛକୁ ପଛ ଲମ୍ବିଛି ଗାଡ଼ିର ଲମ୍ବା ଲାଇନ। ଅନ୍ୟପକ୍ଷେ ଟ୍ରାଫିକ କଣ୍ଟ୍ରୋଲ ରୁମରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ। ପୁରୀରେ କେତେ ଗାଡ଼ି ପ୍ରବେଶ କରୁଛି ଏବଂ ବାହାରୁଛି ସବୁ ଉପରେ ନଜର ରଖାଯାଇଛି।

Leave A Reply

Your email address will not be published.