ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆଗକୁ ଭୟ ବଢାଇପାରେ ବାତ୍ୟା

0

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟା ବାତ୍ୟା ଓଡ଼ିଶା ପ୍ରତି ବିପଦ ବଢାଇବା ଆଶଙ୍କାରେ ବଢିବାରେ ଲାଗିଲାଣି। ପାଣିପାଗ ବିଜ୍ଞାନୀମାନେ ଏମିତି ଢଙ୍ଗରେ ଏବେ ହିସାବ ଆରମ୍ଭ କଲେଣି। କିଛି ମଡେଲ୍ ସୂଚାଉଛି ଯେ ସୀମାରେ ଘଷି ହୋଇ ଗଲାବେଳେ ଗଞ୍ଜାମ ଠାରୁ ବାଲେଶ୍ବର ଯାଏ ବର୍ଷା ଓ ପବନରେ କମ୍ପିପାରେ। ଅନ୍ୟଥା ଓଡ଼ିଶା ଉପକୂଳରେ ସ୍ଥଳ ଭାଗ ଛୁଇଁପାରେ। ୧୬ ତାରିଖ ସନ୍ଧ୍ୟାରେ ବାତ୍ୟା ରୂପ ନେବା ପରେ ଏ ସଂପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳ ରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ବର୍ତମାନ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଂଚଳରେ ସ୍ପଷ୍ଟ ଚିହ୍ନଟ କ୍ଷେତ୍ର ରୂପ ନେଇଛି ଏହା ପ୍ରଥମେ ଅବପାତ ର ରୂପ ନେବ ଓ ପରବର୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ବେଳକୁ ସାମୁଦ୍ରିକ ଝଡ ର ରୂପ ନେବାର ସମ୍ଭାବନା ରହିଛି। ଏହି ସାମୁଦ୍ରିକ ଝଡ଼ ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା ନିଜର ଦିଗ ପରିବର୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ଗତି କରିବ। ଏହାର ପ୍ରଭାବ ୧୯ ଓ ୨୦ ତାରିଖରେ ରହିବ ବୋଲି ହିସାବ କରାଯାଉଛି। ହେଲେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏ ସଂପର୍କରେ ଏଯାଏ ସ୍ପଷ୍ଟ ଚିତ୍ର ଦେଇନାହିଁ।

Leave A Reply

Your email address will not be published.