ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଗଜପତିଙ୍କ ସହିତ ଯୋଡ଼ିହେଲା ନୂଆ ରେକର୍ଡ

0

ଭୁବନେଶ୍ବର: ଦେଶ ସ୍ବାଧୀନ ହେବା ପରେ ଶାସନ ବ୍ୟବସ୍ଥାରେ ରାଜା ମହାରାଜାଙ୍କର ଆଉ କୌଣସି ଭୂମିକା ନାହିଁ। ଏହି କ୍ରମରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ଶାସନ ବ୍ୟବସ୍ଥାରେ ପ୍ରତ୍ୟେକ୍ଷ ଭାବେ ଆଉ ନାହାନ୍ତି। ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ହେବା ପରଠାରୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ସେ ଦାୟିତ୍ବ ତୁଲାଉଥିଲେ ହେଁ ପ୍ରକୃତ ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ହାତରେ ନ୍ୟସ୍ତ ରହିଛି। ଏହା ସତ୍ତ୍ବେ ଗଜପତି ମହାରାଜାଙ୍କ ସହିତ ଶ୍ରୀମନ୍ଦିର ସଂପର୍କର ଅତ୍ୟନ୍ତ ନିବିଡ। ଗଜପତି ମହାରାଜା ହେଉଛନ୍ତି ଶ୍ରୀମନ୍ଦିରର ଆଦ୍ୟ ସେବକ। କେହି କେହି ତାଙ୍କୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବୋଲି ମଧ୍ୟ କହିଥାନ୍ତି। ବଂଶାନୁକ୍ରମିକ ଭାବେ ଗଜପତି ମହାରାଜା ମହାପ୍ରଭୁଙ୍କ ଏହି ଦୁର୍ଲଭ ସେବାକୁ ଆପଣାଇଥାନ୍ତି।ଆଜି ବି ସମଗ୍ର ଦେଶରେ ତଥା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଗଜପତିଙ୍କୁ ନେଇ ସ୍ବତନ୍ତ୍ର ଭକ୍ତି ବା ସମ୍ମାନ ରହିଛି। ସମସ୍ତେ ତାଙ୍କୁ ନିଜର ବୋଲି ଭାବନ୍ତି। ତାଙ୍କର ଗୋଟିଏ ଗୋଟିଏ ମତ, ମନ୍ତବ୍ୟ ବା ବକ୍ତବ୍ୟ ଗାଣତାନ୍ତ୍ରିକ ବ୍ୟବସ୍ଥାର ସର୍ବମାନ୍ୟ ନେତାଙ୍କର ଠାରୁ ବି ଲୋକଙ୍କ ପାଖରେ ଅଧିକ ଗୁରୁତ୍ବ ରଖେ।

ଏବେକିନ୍ତୁ ଗଜପକି ମହାରାଜା ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସାଢେ ଚାରିଶହ ବର୍ଷର ଶ୍ରୀମନ୍ଦିର ଇତିହାସ ପୃଷ୍ଠାକୁ ଖେଳାଇଲେ, ଏକ ବଡ଼ ତଥ୍ୟ ସାମ୍ନାକୁ ଆସୁଛି। ତାହା ପୁଣି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ନେଇ। ୨୦୨୦ ଗଜପତିଙ୍କ ପାଇଁ ନୂଆ ଉପଲବ୍ଧି ଆଣିଛି। ରାଜ୍ୟବାସୀ ଓ ଶ୍ରୀଜଗନ୍ନାଥପ୍ରେମୀଙ୍କ ପାଇଁ ମଧ୍ୟ ଏକ ବଡ଼ ଖବର। ୨୦୨୦ ଅର୍ଥାତ୍ ଚଳିତବର୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜାଭିଷେକ ବା ସିଂହାସନ ଆରୋହଣକୁ ୫୦ବର୍ଷ ଛୁଉଁଛି। ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ (ତୃତୀୟ)ଙ୍କ ଦେହାନ୍ତ ପରେ ଦିବ୍ୟସିଂହ ଦେବଙ୍କର ରାଜାଭିଷେକ ହୋଇଥିଲା। ଆଜିକୁ ପାଖାପାଖି ତିନିଶହ ବର୍ଷ ତଳେ ଏପରି ଜଣେ ମହାରାଜା ପଚାଶ ବର୍ଷ ଗଜପତି ଭାବେ ମହାପ୍ରଭୁଙ୍କ ସେବା ଓ ଶାସନରେ ରହିଥିବା ନଜିର ରହିଛି। ଏହା ପରେ ଆଉ କୌଣସି ମହାରାଜାଙ୍କ ଭାଗ୍ୟରେ ଏଭଳି ସୁଯୋଗ ଜୁଟିନାହିଁ।

ଗଜପତି ମହାରାଜା ବା ଓଡ଼ିଶାରେ ଥିବା ରାଜା ମହାରାଜାମାନେ ଏହାକୁ ମନେ ରଖିବା ଲାଗି କିଛି ସ୍ବତନ୍ତ୍ର ଭାବେ ଉତ୍ସବ ଆୟୋଜନ କରୁଛନ୍ତି କି ନାହିଁ, ତାହା ଜଣାନାହିଁ। ରାଜ୍ୟ ସରକାର ମଧ୍ୟ ଗଜପତିଙ୍କୁ ସାମ୍ନାରେ ରଖି କୌଣସି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରୁଥିବା କଥା ଏଯାଏ କହିନାହାନ୍ତି। ହେଲେ ଏହା କିନ୍ତୁ ନୂଆ ଇତିହାସ ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀଙ୍କ ସହ

ଇତିହାସ ପୃଷ୍ଠା ସୂଚାଉଛି, ଗଜପତି ବୀର କିଶୋର ଦେବ ( ପ୍ରଥମ) ୧୭୩୬ ମସିହାରେ ସିଂହାସନ ଆରୋହଣ କରିଥିଲେ। ସେ ପ୍ରାୟ ୧୭୯୩ ମସିହା ପର୍ଯ୍ୟନ୍ତ ଦାୟିତ୍ବରେ ଥିଲେ। ସେତେବେଳେ ଅବଶ୍ୟ ରାଜାରାଜୁଡା ଶାସନ ଥିଲା। ଏଣୁ ତାଙ୍କର ବିଶେଷ ଗୁରୁତ୍ବ ଥାଇପାରେ। ୧୫୬୮ ମସିହାରୁ ଏବେ ସୁଦ୍ଧା ଦେଖିଲେ ମହାରାଜା ଦିବ୍ୟସିଂହଙ୍କୁ ମିଶାଇ ପାଖାପାଖି ୧୯ ଜଣ ଗଜପତି ମହାପ୍ରଭୁଙ୍କ ସେବା କରି ସାରିଛନ୍ତି। ହେଲେ ବୀରକିଶୋର ଦେବ (ପ୍ରଥମ)ଙ୍କ ପରେ ଆଉ କୌଣସି ଗଜପତିଙ୍କ ଭାଗ୍ୟରେ ଏଭଳି ସୁଯୋଗ ଜୁଟିନଥିଲା।

ଛାତ୍ରାବସ୍ଥାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ହିଁ ରାଜାଭିଷେକ ହୋଇଥିଲା। ରାୟପୁର ରାଜକୁମାର କଲେଜରୁ ସେ ଆଇଏସସି ପାସ୍ ପରେ ୧୯୭୨ ମସିହାରେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସ (ସମ୍ମାନ)ରେ ବିଏ ପାସ୍ କରିଥିଲେ। ଏହା ପରେ ୧୯୭୫ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲଏଲ୍ ବି ଶିକ୍ଷା ଶେଷ କରି ଗଜପତି ଆମେରିକାର ଚିକାଗୋସ୍ଥିତ ଉତ୍ତର ପଶ୍ଚିମ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ଏମ୍ ଡିଗ୍ରି ହାସଲ କରିଥିଲେ। କିଛି ସମୟ ଧରି ସେ ଓକିଲାତି ପେଶାରେ ମଧ୍ୟ ଥିଲେ।

ହେଲେ ମହାପ୍ରଭୁଙ୍କ ଆକର୍ଷଣ ଏମିତି ତାଙ୍କୁ ଟାଣିଲା ଯେ ସେ ଓଡ଼ିଶା ପ୍ରତ୍ୟାବର୍ତନ କରିବାକୁ ବାଧ୍ୟ ହେଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ କେବଳ ବିନୟୀ, ନମ୍ର , ତାହା ନୁହଁନ୍ତି ବରଂ ଶ୍ରୀଜଗନ୍ନାଥ ସଂସ୍କୃତିର ଆଜି ଜଣେ ବିଶ୍ବସ୍ତରୀୟ ପ୍ରବକ୍ତା। ସନାତନ ଧର୍ମ ସଂପର୍କରେ ଗଜପତିଙ୍କର ବକ୍ତବ୍ୟ ଦୁର୍ଲଭ। ଯେ କୌଣସି ବ୍ୟକ୍ତିକୁ ଅଭିଭୂତ କରିପାରେ।

ଗଜପତିଙ୍କ ରାଜାଭିଷେକର ପଚାଶ ବର୍ଷ ଅବସରରେ ‘ଆରଏନଏ’ ପକ୍ଷରୁ ତାଙ୍କୁ ପ୍ରଣାମ, ଅନେକ ଅଭିନନ୍ଦନ।

Leave A Reply

Your email address will not be published.