ଭୁବନେଶ୍ବର: ଓଡ଼ିଶା ପୋଲିସ ସବ-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖରେ ଦୁଇଦିନ ଧରି ସବ-ଇନସପେକଟର ନିଯୁକ୍ତି ପରୀକ୍ଷା ବିଭିନ୍ନ ଜିଲ୍ଲାରେ କରାଯିବ। ଓଏମଆର୍ ସିଟ୍ ଜରିଆରେ ଲିଖିତ ପରୀକ୍ଷା ହେବ। ଏସଆଇ ରାଙ୍କ୍ର ସମସ୍ତ ସିପିଏସଇ-୨୦୨୪ ପରୀକ୍ଷା ହେବ। ଏନେଇ ଶନିବାର ଓଡିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଏହି ଦୁଇ ଦିନ OMR ଆଧାରିତ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବରୁ ଦୁଇଥର ସବ-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ବାତିଲ ହୋଇଥିଲା। ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିଥିବା ଯୋଗ୍ୟ ପ୍ରାର୍ଥୀ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ସେମାନଙ୍କର ପରୀକ୍ଷା ଆଡମିଟ କାର୍ଡ଼ ଓଡ଼ିଶା ପୋଲିସ ଓ୍ବେବସାଇଟରୁ ଡାଉନଲୋଡ କରିପାରିବେ। ଆଡମିଟ କାର୍ଡ଼ ଡାଉନଲୋଡ଼ କରିବା ପାଇଁ ଓ୍ବେବସାଇଟ ହେଉଛି https://odishapolice.gov.in। ପ୍ରାର୍ଥୀମାନେ ସେମାନଙ୍କ ଲଗଇନ୍ ୟୁଜର ଆଇଡି ଓ ପାସଓ୍ବାର୍ଡ ଦେଇ ଏହି ଓ୍ବେବସାଇଟରୁ ସେମାନଙ୍କର ଆଡମିଟ କାର୍ଡ଼ ଡାଉନଲୋଡ କରିପାରିବେ। ଏହି ନିଯୁକ୍ତି ପରୀକ୍ଷା ପାଇଁ ପୂର୍ବରୁ ୨୦୨୫ ଜାନୁଆରୀ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଏହାର ଶୁଦ୍ଧିପତ୍ର ବିଜ୍ଞପ୍ତି ପୁଣି ଥରେ ଗତ ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା।
ପ୍ରମୁଖ ଖବର
୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଆଫଗାନିସ୍ତାନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୮୦୦ ଟପିଲା, ୧୩୦୦ ଆହତ
ଗଣେଶ ଭଷାଣି ବେଳେ ହାତାହାତି:ଜଣେ ମୃତ, ୧୦ ଆହତ
ସରଣ୍ଡା ଜଙ୍ଗଲରୁ ୨ ହାର୍ଡକୋର୍ ମାଓବାଦୀ ଗିରଫ
ଦୁର୍ଗାପୂଜା ଭସାଣ କଟକଣା:ବାଜିବନି ଡିଜେ, ଲେଜର ଲାଇଟ୍ ଓ ବାଣ
ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି ବୃଦ୍ଧି
୨୪ ଘଣ୍ଟାରେ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପକ୍ଷେତ୍ର
ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ : ପ୍ରଧାନମନ୍ତ୍ରୀ
ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ: ଉଷା ପାଢ଼ୀ