ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା

0

ଭୁବନେଶ୍ବର: ଓଡ଼ିଶା ପୋଲିସ ସବ-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖରେ ଦୁଇଦିନ ଧରି ସବ-ଇନସପେକଟର ନିଯୁକ୍ତି ପରୀକ୍ଷା ବିଭିନ୍ନ ଜିଲ୍ଲାରେ କରାଯିବ। ଓଏମଆର୍‌ ସିଟ୍‌ ଜରିଆରେ ଲିଖିତ ପରୀକ୍ଷା ହେବ। ଏସଆଇ ରାଙ୍କ୍‌ର ସମସ୍ତ ସିପିଏସଇ-୨୦୨୪ ପରୀକ୍ଷା ହେବ। ଏନେଇ ଶନିବାର ଓଡିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଏହି ଦୁଇ ଦିନ OMR ଆଧାରିତ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବରୁ ଦୁଇଥର ସବ-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ବାତିଲ ହୋଇଥିଲା। ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିଥିବା ଯୋଗ୍ୟ ପ୍ରାର୍ଥୀ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ସେମାନଙ୍କର ପରୀକ୍ଷା ଆଡମିଟ କାର୍ଡ଼ ଓଡ଼ିଶା ପୋଲିସ ଓ୍ବେବସାଇଟରୁ ଡାଉନଲୋଡ କରିପାରିବେ। ଆଡମିଟ କାର୍ଡ଼ ଡାଉନଲୋଡ଼ କରିବା ପାଇଁ ଓ୍ବେବସାଇଟ ହେଉଛି https://odishapolice.gov.in। ପ୍ରାର୍ଥୀମାନେ ସେମାନଙ୍କ ଲଗଇନ୍‌ ୟୁଜର ଆଇଡି ଓ ପାସଓ୍ବାର୍ଡ ଦେଇ ଏହି ଓ୍ବେବସାଇଟରୁ ସେମାନଙ୍କର ଆଡମିଟ କାର୍ଡ଼ ଡାଉନଲୋଡ କରିପାରିବେ। ଏହି ନିଯୁକ୍ତି ପରୀକ୍ଷା ପାଇଁ ପୂର୍ବରୁ ୨୦୨୫ ଜାନୁଆରୀ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଏହାର ଶୁଦ୍ଧିପତ୍ର ବିଜ୍ଞପ୍ତି ପୁଣି ଥରେ ଗତ ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା।

Leave A Reply

Your email address will not be published.