ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଏବେ ମୁହଁ ଖୋଲିଲେ ବିଜେପିର ପ୍ରଥମ ଧାଡ଼ିର ନେତା

0
  • ସରକାରଙ୍କୁ ଘେରିଲେ ବିରୋଧୀ, ପ୍ରବାସୀ ପ୍ରସଙ୍ଗରେ ଗର୍ଜିଲେ
  • ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ବି ଚୂନ ମାରିଲେ

ଭୁବନେଶ୍ବର: ରାଜ୍ୟରେ ବସ ପରିବହନ ସେବା ସ୍ବାଭାବିକ ହୋଇପାରୁନଥିବା ଓ ଅନ୍ ଲାଇନ୍ ମଦ ବିକ୍ରି ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ପଡ଼ିଲାଣି। ରବିବାର ଠାରୁ ସରକାର ଅନୁମତି ଦେଇଥିଲେ ହେଁ, ବସ ମାଲିକ ନଛୋଡ଼ ବନ୍ଧା। ସେପଟେ ଅନ ଲାଇନ୍ ମଦ ବିକ୍ରି ପ୍ରସଙ୍ଗ ଆଇନଶୃଙ୍ଖଳା ପରିସ୍ଥିତି ଆଡ଼କୁ ମୁହାଁଇଲାଣି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ଆଜି ପୁଣି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ହେଲେ କୌତୂହଳର ବିଷୟ ହେଲା, ବିଜେପିର ଦ୍ବିତୀୟ ଧାଡ଼ିର ନେତାଙ୍କ ପରେ ଏବେ ପ୍ରଥମ ଧାଡ଼ିର ତୁଙ୍ଗ ନେତା ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସରକାରଙ୍କୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହେଲାଣି। ବିଜେଡି-ବିଜେପି ମଧ୍ୟରେ ଚାଲିଥିବା ତୁ ତୁ ମେ ମେ ଆଉ ବେଶୀ ଦିନର ନୁହେଁ ବୋଲି ଗୋଟିଏ ମହଲ ଦାବି କଲେଣି।

ସୋମବାର ଠାରୁ ରାଜ୍ୟରେ ଘରୋଇ ବସ୍ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିବା ପରେ ମଧ୍ୟ ବସ ମାଲିକ ଗାଡ଼ି ଚଳାଇବାକୁ ନାରାଜ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବସ ଚାଲିପାରିବ ନାହିଁ ବୋଲି ସେମାନେ ଜିଦ୍ ଧରିଛନ୍ତି। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମତୁ କହିଛନ୍ତି, ବସ୍ ମାଲିକ ସଂଘର ଦାବି ନେଇ ସରକାର ଅବଗତ ଅଛନ୍ତି। ସରକାରୀସ୍ତରରେ ତର୍ଜମା ଚାଲିଛି। ଖୁବ୍ ଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ।

ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ ବାର୍ତା ଦେଇ ବସ ଠାରୁ ଆରମ୍ଭ କରି ମଦ ବନ୍ଦ ଓ ପ୍ରବାସୀ ଶ୍ରମିକଙ୍କ ପର୍ଯ୍ୟନ୍ତ ସବୁକଥାରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ସରକାରଙ୍କ କୈାଣସି ନିଷ୍ପତ୍ତି ନିର୍ଦ୍ଧାରିତ ଭାବେ କାର୍ଯ୍ୟ କରୁନାହିଁ। କେଉଁ ପ୍ରବାସୀ କେମିତି ଆସିବେ, ସେ ତଥ୍ୟ ସରକାରଙ୍କ ପାଖରେ ନାହିଁ। ସରକାର ଆଉ ଲୋକଙ୍କୁ ସାହାଯ୍ୟ କରିବା ପରିସ୍ଥିତିରେ ନାହାନ୍ତି, ହାତ ଟେକି ଦେଲେଣି। ରାଜ୍ୟକୁ ଜଗନ୍ନାଥ ଭରସା। ଏତେ ଦିନ ମଦ ବନ୍ଦ କଲେ ଆଉ କିଛି ଦିନ ବନ୍ଦ କରିଥିଲେ କଣ ଅସୁବିଧା ହୋଇଥାନ୍ତା ? ବୋଲି ସେ ପ୍ରଶ୍ନ କରିବା ସହିତ ରାଜ୍ୟର ଭବିଷ୍ୟତ ଅନ୍ଧାର ହେବା ପରି ଲାଗୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ହେଲେ ବିଜେପି ଏବେ ସରକାରଙ୍କୁ କଠୋର ଭାବେ ସମାଲୋଚନା ଆରମ୍ଭ କରିଛି। ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର କେବଳ ଘୋଷଣା ସର୍ବସ୍ବ। ବସ୍ ମାଲିକଙ୍କ ସହ ଆଲୋଚନା କରି ଘୋଷଣା କରିଥିଲେ ଏ ପରିସ୍ଥିତି ଉପୁଜି ନଥାନ୍ତା। ମଦ ବିକିବା ଓ ବସ୍ ଗଢ଼ିବା ଦୁଇଟି ନିଷ୍ପତ୍ତି ଭୁଲ ବୋଲି ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି, ରାଜ୍ୟ ସରକାର ଅସହାୟ ହୋଇପଡି଼ଲେଣି। ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ରହିବା କଥା। ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର କୋଅର୍ଡିନେଟର ନିଯୁକ୍ତି କରିଥିଲେ କିନ୍ତୁ ସେମାନେ ନିଷ୍ଠାର ସହ କାର୍ଯ୍ୟ କଲେ ନାହିଁ। ରାଜ୍ୟକୁ ଲୋକ କେମିତି ଆସିବେ, ସେ ଦାୟିତ୍ଵ ରାଜ୍ୟ ସରକାରଙ୍କର। କିନ୍ତୁ ସେ କଥା ନକରି ସରକାର ହାତ ଟେକି ଦେଉଛନ୍ତି। ୭ ଲକ୍ଷ୮୦ ହଜାର କ୍ବାରାଣ୍ଟାନ୍ କରିଛନ୍ତି ବୋଲି ଦାବି କରୁଥିଲେ । ଏବେ କମ୍ ଲୋକ ଆସିଥିବା ବେଳେ ଏମିତି କାହିଁକି ହେଉଛନ୍ତି ସରକାର।

କଂଗ୍ରେସ ପରେ ବିଜେପିର ଆକ୍ରମଣାତ୍ମକ ଭୂମିକା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ବିଜେପି ଓ କଂଗ୍ରେସକୁ ମୁକାବିଲା କରିବା ଲାଗି ବିଜେଡି ଦଳ ପକ୍ଷରୁ ଏଯାଏ ଠୋସ୍ ପଦକ୍ଷେପ ନେଉନାହିଁ।

Leave A Reply

Your email address will not be published.