ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ପ୍ରତି ଜିଲ୍ଲାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି

0

ଭୁବନେଶ୍ବର: ପ୍ରତି ଜିଲ୍ଲାରେ ସ୍ଥାପନ ହେବ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ପ୍ରତି ବ୍ଲକ୍‌ରେ କସ୍ତୁରବା ଆଦର୍ଶ ପଞ୍ଚାୟତ ଚିହ୍ନଟ, ଗାନ୍ଧୀ ବିଚାର ଅଧ୍ୟୟନ କେନ୍ଦ୍ର ସ୍ଥାପନ ନିମନ୍ତେ ବିଶ୍ୱବିଦ୍ୟାଳୟ ଚିହ୍ନଟ, ମହାତ୍ମା ଗାନ୍ଧୀ ଓ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ସଂପର୍କିତ ଦସ୍ତାବିଜ୍‌, ଚିଠିପତ୍ର, ଗୀତ, କବିତା, ଗବେଷଣା ପ୍ରବନ୍ଧ, ଅଭିଭାଷଣ ଆଦିର ଦୃଶ୍ୟ-ଶ୍ରାବ୍ୟ ସଂରକ୍ଷଣ, ଭୁବନେଶ୍ୱରରେ ଗାନ୍ଧୀ ସ୍ମାରକୀ ସ୍ତମ୍ଭ ନିର୍ମାଣ କରାଯିବ। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ପାଳନର ରାଜ୍ୟସ୍ତରୀୟ ପ୍ରଶାସନିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସାରା ରାଜ୍ୟରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ଦୁଇ ବର୍ଷ ବ୍ୟାପୀ ପାଳନ ପାଇଁ ସରକାର ନେଇଥିବା ନିଷ୍ପତ୍ତିର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମୀକ୍ଷା କରିଥିଲେ । ଦୁଇ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୭ କୋଟି ୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଥିଲା । ଏଥିସହ ରାଜଧାନୀରେ ଏକ ବଡ଼ ଆକାରର ଗାନ୍ଧୀ ପାର୍କ ନିର୍ମାଣ ପାଇଁ ଉନ୍ନୟନ କମିସନର ଅସିତ ତ୍ରିପାଠୀ ଦେଇଥିବା ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିଥିଲେ ।

Leave A Reply

Your email address will not be published.