ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଆଡଭାନୀଙ୍କୁ ପ୍ରଶଂସା କରି ବିବାଦରେ କଂଗ୍ରେସ ସାଂସଦ ଶଶି ଥରୁର

0

ନୂଆ ଦିଲ୍ଲୀ: ନିଜ ବୟାନକୁ ନେଇ ପୁଣି ଥରେ କଂଗ୍ରେସ ସାଂସଦ ଶଶି ଥରୁର ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁର ଏବଂ ଇନ୍ଦିରା ଗାନ୍ଧିଙ୍କ ସହ ବିଜେପି ବରିଷ୍ଠ ନେତା ତଥା ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକ୍ରିଷ୍ଣ ଆଡଭାନୀଙ୍କ ରାଜନୈତିକ କ୍ୟାରିୟରକୁ ସମର୍ଥନ କରିଛନ୍ତି।

ନେହୁର ଏବଂ ଇନ୍ଦିରାଙ୍କୁ ଯେମିତି ଗୋଟିଏ ଘଟଣାରେ ପରିଭାଷିତ କରାଯାଇ ପାରିବ ନାହିଁ, ସେମିତି ଆଡଭାନୀଙ୍କୁ ବି କୌଣସି ଗୋଟିଏ ପ୍ରସଙ୍ଗକୁ ଆଧାର କରାଯିବା ଉଚିତ ନୁହେଁ ବୋଲି ଥରୁର କହିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଥରୁର ଏଥିରେ ଉଲ୍ଲେଖ କରିଛନ୍ତି, ଆଡଭାନୀ ଜୀ ଦୀର୍ଘବର୍ଷ ଧରି କରି ଆସିଥିବା ସେବାକୁ କେବଳ ଗୋଟିଏ ଘଟଣାରେ ସୀମିତ ରଖିବା ଅନୁଚିତ। ଯେମିତି ନେହୁର ଜୀଙ୍କ ପୂରା ରାଜେନୖତିକ ଜୀବନକୁ କେବଳ ଚୀନ ଠାରୁ ମିଳିଥିବା ଝଟକା ସହ ତୁଳନା କରାଯାଇ ପାରିବ ନାହିଁ। ଯେମିତି ଇନ୍ଦିରା ଜୀଙ୍କୁ କେବଳ ଜରୁରୀକାଳିନ ପରିସ୍ଥିତି ସହ ପରିଭାଷିତ କରାଯାଇ ପାରିବ ନାହିଁ । ସେମିତି ଆଡଭାନୀ ଜୀଙ୍କ ସହ ବି ବିବେଚନା କରାଯିବା ଉଚିତ।

ଆଡଭାନୀଙ୍କୁ ତାଙ୍କ ୯୮ତମ ଜନ୍ମଦିନ ଅବସରରେ ଶୁଭକାମନା ଦେବା ସମୟରେ ତାଙ୍କର ସେବା ପ୍ରତି ଅତୁଟ ପ୍ରତିବଦ୍ଧତାକୁ ପ୍ରଶଂସା କରି ଥରୁର ଏମିତି କହିଛନ୍ତି। ଥରୁର ଆଡଭାନୀଙ୍କୁ ଏକ ସଚ୍ଚୋଟ ନେତା ବୋଲି ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି, ଆଧୁନିକ ଭାରତକୁ ଦିଗ ଦେବାରେ ତାଙ୍କ ଭୂମିକା ସବୁ ବେଳେ ଅବିସ୍ମରଣୀୟ ହୋଇ ରହିବ। ସେ ଜଣେ ସଚ୍ଚୋଟ ରାଜନେତା, ତାଙ୍କ ସେବା ସମର୍ପିତ ଜୀବନ ଅନୁକରଣୀୟ ହୋଇ ରହିବ।

ତେବେ ଥରୁରଙ୍କ ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି। କଂଗ୍ରେସ ସାଂସଦ ବିଜେପି ନେତାଙ୍କ ବିଭାଜନକାରୀ ରାଜନୀତିରେ ଭୂମିକାକୁ ଠିକ୍ ବୋଲି ଦର୍ଶାଇଥିବା ସମାଲୋଚକ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟର ଓକିଲ ସଞ୍ଜୟ ହେଗଡ଼େ ଟାର୍ଗେଟ କରି କହିଛନ୍ତି, ଦେଶରେ ଘୃଣାର ବିଜ ବୁଣିବା କୌଣସି ପ୍ରକାର ଲୋକସେବା ନୁହେଁ।

Leave A Reply

Your email address will not be published.