ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

0

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୋମବାର ସ୍ଵାସ୍ଥ୍ୟ ବିଗିଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଜଗଦୀପ ଧନଖଡ଼ ଗତ ସପ୍ତାହରେ ଦୁଇଥର ଅଚେତ ହୋଇଯିବା ପରେ ସୋମବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଜାନୁଆରୀ ୧୦ ତାରିଖରେ ଧନଖଡ଼ ଦୁଇଥର ୱାଶରୁମରେ ଚେତାଶୂନ୍ୟ ହୋଇଯାଇଥିଲେ। ଆଜି ଡାକ୍ତରମାନେ ତାଙ୍କୁ ଅଧିକ ଯାଞ୍ଚ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଜଗଦୀପ ଧନଖଡ଼ ଗତ ବର୍ଷଠାରୁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ, ସେ ୨୧ ଜୁଲାଇ, ୨୦୨୫ରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଧନଖଡ଼ ପୂର୍ବରୁ ଉପରାଷ୍ଟ୍ରପତି ଭାବରେ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସମୟରେ ଅନେକ ଥର ଅଚେତ ହୋଇଯାଇଥିଲେ, ଯେଉଁଥିରେ କଚ୍ଛର ରଣ, ଉତ୍ତରାଖଣ୍ଡ, କେରଳ ଏବଂ ଦିଲ୍ଲୀ ସାମିଲ ରହିଛି ।

Leave A Reply

Your email address will not be published.