ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’: ପରିବହନ ମନ୍ତ୍ରୀ

0

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ହେବ ହେଲିପ୍ୟାଡ୍‌। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି।

ଭୁବନେଶ୍ୱର-ଗୋପାଳପୁର, ଭୁବନେଶ୍ୱର-ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଜାରି ରହିଛି। ହେଲିଟ୍ୟାକ୍ସି ସେବା ପାଇଁ ‘ପବନ ହଂସ ଲିଃ’କୁ ମନୋନୀତ କରାଯାଇଛି। ମାତ୍ର ୨୫୦୦ ଟଙ୍କା ଦେଇ ପର୍ଯ୍ୟଟକମାନେ ଏହି ହେଲିଟ୍ୟାକ୍ସି ଯାତ୍ରାର ସୁବିଧା ନେଇପାରିବେ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ପବନ ହଂସ ପକ୍ଷରୁ ଏହି ହେଲିଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି। ଏହି ସେବା ମାଧ୍ୟମରେ ପର୍ଯ୍ୟଟକମାନେ ମା’ ତାରାତାରିଣୀ, ଚିଲିକା, ସାତପଡ଼ା, ମା’ନାରାୟଣୀ ପୀଠ ଏବଂ ଗୋପାଳପୁର ବେଳାଭୂମି ଭଳି ସ୍ଥାନ ଗୁଡ଼ିକୁ ଆକାଶମାର୍ଗରୁ ପରିକ୍ରମା କରିପାରିବେ।

Leave A Reply

Your email address will not be published.