ୟୁଏଇରେ ଡ୍ରୋନ ଆକ୍ରମଣ ଆଶଙ୍କାକୁ ନେଇ ଦୁବାଇରେ ଏମରଜେନ୍ସି ଆଲର୍ଟ ଜାରି କରାଯାଇଛି। ଡ୍ରୋନ ଷ୍ଟ୍ରାଇକ ସମ୍ଭାବନା ଥିବାରୁ ଦୁବାଇ ବାସିନ୍ଦାଙ୍କ ମୋବାଇଲକୁ ଜରୁରୀକାଳୀନ ସତର୍କତା ବାର୍ତ୍ତା ପଠାଯାଇଛି। ସମସ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ଅତି ଜରୁରୀ କାମ ନଥିଲେ ବାହାରକୁ ନଯିବାକୁ କୁହାଯାଇଛି।
ଖୋଲା ସ୍ଥାନରେ ରହିବା ଆଶଙ୍କାଜନକ ହୋଇପାରିଥିବାରୁ ଲୋକଙ୍କୁ ଖୋଲାସ୍ଥାନରୁ ଦୂରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ବାହାରେ ରହିଥାନ୍ତି, ତେବେ ତୁରନ୍ତ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।
ସେପଟେ ପଶ୍ଚିମ ଏସିଆରେ ମଧ୍ୟ ଉତ୍ତେଜନା ବଢ଼ିଛି। ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ଆଶଙ୍କା ଜାରି ହେବା ପରେ ଇସ୍ରାଏଲର ରାଜଧାନୀ ତେଲ ଅଭିଭରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ହୋଇ କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରୁଥିବା ବେଳେ ଏହି ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା ସୂଚନା ମିଳିଛି।
ଏହାକୁ ନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ପକ୍ଷରୁ ମଧ୍ୟ ନାଗରିକମାନଙ୍କୁ ଆଗୁଆ ସତର୍କ କରାଯାଇଛି। ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ସହ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ