ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କୁଲଦୀପ ଯାଦବ

0

ଉତ୍ତରାଖଣ୍ଡ: ଭାରତୀୟ କ୍ରିକେଟ ଦଳର ପ୍ରମୁଖ ସ୍ପିନର କୁଲଦୀପ ଯାଦବ ତାଙ୍କ ପିଲାଦିନର ବନ୍ଧୁ ଓ ଦୀର୍ଘଦିନର ସାଥୀ ଭାଂଶିକାଙ୍କୁ ବିବାହ କରିଛନ୍ତି। ଗତ ୧୪ ମାର୍ଚ୍ଚରେ ଉତ୍ତରାଖଣ୍ଡର ମସୁରୀ ସ୍ଥିତ ଏକ ଆଲିଶାନ ହୋଟେଲରେ ରାଜକୀୟ ଆୟୋଜନ ମଧ୍ୟରେ ଏହି ବିବାହ ସମ୍ପନ୍ନ ହୋଇଥିଲା।
ହିମାଳୟ ପର୍ବତମାଳାର ମନୋରମ ପରିବେଶ ମଧ୍ୟରେ ଆୟୋଜିତ ଏହି ବିବାହ ଉତ୍ସବ ରାଜକୀୟ ଠାଟ୍‌ବାଟ୍‌ରେ ସଜାଯାଇଥିଲା। ବିବାହ ମଣ୍ଡପକୁ ସୁନା ଓ ହାତୀଦାନ୍ତ ରଙ୍ଗର ସଜାଣାରେ ଆକର୍ଷଣୀୟ ଭାବେ ସଜାଯାଇଥିଲା। ବିବାହ ସମୟରେ କୁଲଦୀପ ବେଜ୍‌ ଓ ସୁନା ରଙ୍ଗର ଶେରୱାନି ପିନ୍ଧିଥିବାବେଳେ ଭାଂଶିକା ପାରମ୍ପରିକ ଲାଲ୍‌ ଲେହେଙ୍ଗା ପିନ୍ଧି ଦେଖାଯାଇଥିଲେ। ପାରମ୍ପରିକ ଉତ୍ତର ଭାରତୀୟ ଶୈଳୀରେ ଦୁହେଁର ବିବାହ ଅନୁଷ୍ଠାନ ସମ୍ପନ୍ନ ହୋଇଥିଲା। ବିବାହ ପୂର୍ବରୁ ଶୁକ୍ରବାର ରାତିରେ ସଙ୍ଗୀତ ସମାରୋହ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରସିଦ୍ଧ ଗାୟକ ବିସମିଲ ସୁଫି ସଙ୍ଗୀତ ପ୍ରସ୍ତୁତ କରିଥିଲେ। ଏହି ଅବସରରେ ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ମହମ୍ମଦ କୈଫ ସହିତ ୟୁଜଭେନ୍ଦ୍ର ଚହଲ ଓ ରିଙ୍କୁ ସିଂହ ଭଳି ଖେଳାଳିମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, କୁଲଦୀପ ଓ ଭାଂଶିକା ଗତ ବର୍ଷ ଜୁନ୍‌ ୪ ତାରିଖରେ ଲକ୍ଷ୍ନୌରେ ନିର୍ବନ୍ଧ କରିଥିଲେ।

Leave A Reply

Your email address will not be published.