ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଏଥର ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ

0

ନୂଆଦିଲ୍ଲୀ; ଆସନ୍ତା ବିଧାନସଭା ନିର୍ବାଚନକୁ ନଜରରେ ରଖି ୫ଟି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ବିଏସ୍‌ଏଫ୍ ସହିତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳମାନଙ୍କୁ ବ୍ୟାପକ ଭାବେ ମୁତୟନ କରାଯାଉଛି।

ସୂଚନାନୁସାରେ, ଆସାମ , କେରଳ , ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ୨.୫ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଳ ନିୟୋଜନ ହେଉଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ପ୍ରତ୍ୟେକ ଭୋଟ କେନ୍ଦ୍ରରେ ବିଏସ୍‌ଏଫ୍ କର୍ମଚାରୀମାନେ ମୁତୟନ ହେବେ। ଭୋଟରମାନଙ୍କର ପରିଚୟପତ୍ର ସଠିକ ଯାଞ୍ଚ କରିବେ। ମତଦାନ କେନ୍ଦ୍ରରେ ଲାଗିଥିବା ସିସିଟିଭି କ୍ୟାମେରା ଉପରେ ତୀକ୍ଷ୍ଣ ନଜର ରଖିବେ।

ପ୍ରତ୍ୟେକ ପୋଲିଂ ବୁଥରେ ଜଣେ ପୁରୁଷ ଓ ଜଣେ ମହିଳା ବିଏସ୍‌ଏଫ୍ ସୈନିକଙ୍କୁ ନିୟୋଜିତ କରିବା ପ୍ରସ୍ତାବ ରହିଛି, ଯାହା ଭୋଟରଙ୍କ ଯାଞ୍ଚ ଓ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବ। ଏହାସହିତ, ୨୦୨୪ ସାଧାରଣ ନିର୍ବାଚନ ସମୟରେ ଏହି ରାଜ୍ୟଗୁଡ଼ିକରେ କାର୍ଯ୍ୟରତ ଥିବା ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନକୁ ନିରପେକ୍ଷ, ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ଏହି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି।

Leave A Reply

Your email address will not be published.