ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ

0

ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତାରେ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଅନ୍ତା, ସତ୍ୟନଗର ଓ ଏସ୍‌ସିବି ମେଡିକାଲରେ ସ୍ଥାପିତ ଅତ୍ୟାଧୁନିକ ଜିଆଇଏସ୍‌ (Gas Insulated Substation) ଗ୍ରୀଡ୍ ସବଷ୍ଟେସନଗୁଡ଼ିକର ଉଦଘାଟନ କରିଛନ୍ତି।

ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସବଷ୍ଟେସନଗୁଡ଼ିକ ଭୁବନେଶ୍ୱର ସହରର ବିଦ୍ୟୁତ୍ ଯୋଗାଣକୁ ନିରବଚ୍ଛିନ୍ନ, ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣସ୍ତରୀୟ କରିବ। ଏହାର ଫଳରେ ପ୍ରାୟ ୨୨ ଲକ୍ଷ ଉପଭୋକ୍ତା ସିଧାସଳଖ ଭାବେ ଲାଭାନ୍ବିତ ହେବେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜଧାନୀର ଭବିଷ୍ୟତ ବିକାଶ ପାଇଁ ଆଧୁନିକ ବିଦ୍ୟୁତ୍ ବ୍ୟବସ୍ଥା ଅତ୍ୟାବଶ୍ୟକ ଓ ସରକାର ଏହା ପାଇଁ ପ୍ରତିବଦ୍ଧ। ଏହି ପ୍ରକଳ୍ପ ଦ୍ୱାରା ଶିଳ୍ପ, ବ୍ୟବସାୟ ଓ ଆଇଟି ଖାତରେ ବିକାଶ ତ୍ୱରାନ୍ବିତ ହେବା ସହ ନୂତନ ନିଯୁକ୍ତି ସୃଷ୍ଟିକୁ ମଧ୍ୟ ଉତ୍ସାହ ମିଳିବ। ସେହିପରି ଡିଜିଟାଲ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ବିଦ୍ୟୁତ୍ ସଂଚାଳନକୁ ଆହୁରି ସୁଦୃଢ କରାଯାଇଛି।

Leave A Reply

Your email address will not be published.