ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଡ. ସସ୍ମିତ ପାତ୍ର ଷଷ୍ଠ ଥର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ମନୋନୀତ ହେଲେ

0

ନ୍ୟୁଜ୍ ବ୍ୟୁରୋ: ବିଜେଡି ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ପୁନର୍ବାର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହା ସହିତ ସେ ଷଷ୍ଠ ଥର ପାଇଁ ଏହି ଦାୟିତ୍ୱ ପାଇ ଓଡ଼ିଆ ସାଂସଦ ଭାବେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକୃଷ୍ଣନ ଗୃହ କାର୍ଯ୍ୟ ସୁଚାରୁ ଭାବେ ପରିଚାଳନା ପାଇଁ ଡ. ପାତ୍ରଙ୍କ ସହିତ ଡ. ଦିନେଶ ଶର୍ମା, ଏସ. ଫାଗନନ କୋନ୍ୟାକ, ଏମ. ଥମ୍ବିଦୁରାଇ, ଫୁଲୋଦେବୀ ନେତମ ଓ ଘନଶ୍ୟାମ ତିୱାରୀଙ୍କୁ ନେଇ ଛଅ ଜଣିଆ ଉପାଧ୍ୟକ୍ଷ ମଣ୍ଡଳୀ ଗଠନ କରିଛନ୍ତି।

୨୦୨୦ ରୁ ୨୦୨୬ ପର୍ଯ୍ୟନ୍ତ ଲଗାତାର ଛଅଥର ଏହି ମଣ୍ଡଳୀରେ ସ୍ଥାନ ପାଇ ଡ. ସସ୍ମିତ ପାତ୍ର ନିଜର ପାର୍ଲାମେଣ୍ଟରୀ କୌଶଳ ଓ ଅନୁଭବକୁ ପୁନଃ ପ୍ରମାଣିତ କରିଛନ୍ତି। ଗତ ସପ୍ତାହରେ ସେ ନିଜ ଆଡ଼ୁ ରାଜ୍ୟସଭାରେ ବିଜେଡିର ନେତା ପଦରୁ ଇସ୍ତଫା ଦେଇଥିଲେ। ତଥାପି ଏହି ନୂତନ ନିଯୁକ୍ତି ତାଙ୍କର ଜାତୀୟ ରାଜନୀତିରେ ପ୍ରଭାବ ଓ ଗୁରୁତ୍ୱକୁ ପୁନଃ ଉଜାଗର କରିଛି।

Leave A Reply

Your email address will not be published.