ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ରାସନ ଦୁର୍ନୀତି ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେଲେ ନୁସରତ ଜାହାନ

0

ନ୍ୟୁଜ୍ ବ୍ୟୁରୋ: ରାସନ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ପୂର୍ବତନ ଟିଏମସି ସାଂସଦ ଓ ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାନ କଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଇଡି ପକ୍ଷରୁ ଗତ ୨୦ ତାରିଖରେ ସମନ ଜାରି ହୋଇଥିଲା। ସମନ ସମୟରେ ବିଦେଶରେ ଥିବାରୁ ସେ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ଅନୁରୋଧ କରିଥିଲେ, କିନ୍ତୁ ଏହା ଖାରଜ ହେବା ପରେ ସେ ଆଜି ସଲ୍ଟ ଲେକ୍‌ ଅବସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

୨୦୨୦ରେ କୋଭିଡ୍-୧୯ ଲକଡାଉନ୍ ସମୟରେ ବାଂଲାଦେଶକୁ ଗହମ ଓ ଚାଉଳ ଚୋରା ଚାଲାଣ ଘଟଣାରେ ବସିରହାଟ ସୀମାଞ୍ଚଳରୁ ଅନେକ ଟ୍ରକ ଜବତ କରାଯାଇଥିଲା। ସେ ସମୟରେ ନୁସରତ ଜାହାନ ବସିରହାଟର ସାଂସଦ ଥିଲେ। ଏହି ଘଟଣାର ତଦନ୍ତ ସମୟରେ ଅନେକଙ୍କ ନାମ ସାମ୍ନାକୁ ଆସିଥିବାରୁ ନୁସରତଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ଡାକାଯାଇଛି।

Leave A Reply

Your email address will not be published.