ପ୍ରମୁଖ ଖବର

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ

ପଶ୍ଚିମବଙ୍ଗରେ ଖାତା ଖୋଲିପାରିବନି କଂଗ୍ରେସ : ଅମିତ ଶାହ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦମଦମ୍‌ରେ ଆୟୋଜିତ ନିର୍ବାଚନୀ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଯେ ଏଥର କଂଗ୍ରେସ ବଙ୍ଗଳାରେ ତା’ର ଖାତା ମଧ୍ୟ ଖୋଲିପାରିବ ନାହିଁ। ଶାହଙ୍କ ଦାବି ଅନୁଯାୟୀ, ରାଜ୍ୟର ଲୋକମାନେ କଂଗ୍ରେସକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ବିଜେପି ଦ୍ରୁତ ଗତିରେ ଶକ୍ତି ବୃଦ୍ଧି କରୁଛି।

ରାଲି ସମୟରେ ସେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି କହିଥିଲେ ଯେ ସେମାନେ କେବଳ କ୍ଷମତା ପାଇଁ ରାଜନୀତି କରୁଛନ୍ତି। କର୍ମୀମାନଙ୍କୁ ଉତ୍ସାହିତ କରି ସେ ଦାବି କରିଥିଲେ ଯେ ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି ଏବଂ ଲୋକମାନେ ବିଜେପି ସହିତ ରହିଛନ୍ତି। ଅମିତ ଶାହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ନିଶାନା କରି କହିଥିଲେ ଯେ ସେ ଲୋକମାନଙ୍କୁ ଭ୍ରମିତ କରୁଛନ୍ତି। ତାଙ୍କ ଦାବି ଅନୁଯାୟୀ, ଭବିଷ୍ୟତରେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ଜଣେ ସ୍ଥାନୀୟ ବଙ୍ଗଳା ଭାଷାଭାଷୀ ହେବେ ଏବଂ ବିଜେପି ରାଜ୍ୟର ଦାୟିତ୍ୱ ନେବ।

ଏହି ସମୟରେ ଶାହ କିଛି ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ବିଜେପି ସରକାର ଗଠନ ହେଲେ ମହିଳାଙ୍କ ଖାତାରେ ପ୍ରତିମାସ ୩୦୦୦ ଟଙ୍କା ଜମା କରାଯିବ ବୋଲି ସେ କହିଥିଲେ। ଏହାସହିତ ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଅନୁଯାୟୀ ଡିଏ ଲାଗୁ କରାଯିବ ଏବଂ ବେକାର ଯୁବକମାନଙ୍କୁ ମଧ୍ୟ ୩୦୦୦ ଟଙ୍କା ସହାୟତା ଦିଆଯିବ। ସେ କଲକତା ମେଟ୍ରୋର ବିସ୍ତାରକୁ ମଧ୍ୟ ନିର୍ବାଚନୀ ପ୍ରତିଶ୍ରୁତିରେ ଶାମିଲ କରି କହିଥିଲେ ଯେ ଏହାକୁ ତିନିଗୁଣ ବଢ଼ାଯିବ ଓ ସହର ଉନ୍ନତି ପାଇଁ ବିସ୍ତୃତ ଯୋଜନା ରହିଛି।

Leave A Reply

Your email address will not be published.