ପ୍ରମୁଖ ଖବର

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ

ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ କଡା କଟକଣା

0

ବାଇକ୍ ଚଳାଚଳରେ ନିଷେଧ

ପଶ୍ଚିମବଙ୍ଗ: ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡା କରିଛି ଭାରତ ନିର୍ବାଚନ ଆୟୋଗ। ରାଜ୍ୟରେ ପୂର୍ବରୁ ହୋଇଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଏଥର ଆୟୋଗ ପକ୍ଷରୁ କଠୋର କଟକଣା ଲାଗୁ କରାଯାଇଛି।ବାଇକ୍ ରାଲି ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ, ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଦୁଇଚକିଆ ଯାନ ଚଳାଚଳ ଉପରେ ନିଷେଧ ଜାରି ହୋଇଛି। ବାଇକ୍‌ରେ ଦୁଇଜଣ ଯାତ୍ରୀ ଯିବାକୁ ମଧ୍ୟ ଅନୁମତି ନାହିଁ।

ତଥାପି ଆପାତକାଳୀନ ସେବା ଓ ଚିକିତ୍ସା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ କିଛି ରାହତ ଦିଆଯାଇଛି। ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ରାଜ୍ୟର ୧୫୨ଟି ବିଧାନସଭା ମଣ୍ଡଳୀରେ ଏହି କଟକଣା ଲାଗୁ ହେବ। ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ନିଷ୍ପକ୍ଷ ଭାବେ ସମ୍ପନ୍ନ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି।

Leave A Reply

Your email address will not be published.