ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ଖୋର୍ଦ୍ଧାରେ ସକାଳୁଆ ସ୍କୁଲ୍: ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ କ୍ଲାସ୍

0

ଭୁବନେଶ୍ବର: ରାଜ୍ୟରେ ଜାରି ଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ୍ ସମୟରେ ପରିବର୍ତ୍ତନ କରାଯାଇଛି। ଶୁକ୍ରବାରଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ସକାଳ ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଚାଲିବ। ଅସହ୍ୟ ତାପମାତ୍ରା ଓ ହିଟ୍‌ ୱେଭ୍‌ର ପ୍ରଭାବରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଲକ୍ଷ୍ୟ କରି ଏହି ସିଦ୍ଧାନ୍ତ ନିଆଯାଇଛି। ଏନେଇ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅସହ୍ୟ ଗରମକୁ ଦେଖି ପୂର୍ବରୁ ଏପ୍ରିଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା। ଆଜି ସେହି ଛୁଟି ଶେଷ ହେବା ପରେ ପୁନର୍ବାର ସ୍କୁଲ୍ ଖୋଲିଥିବାବେଳେ, ଗରମକୁ ଦୃଷ୍ଟିରେ ରଖି ସକାଳୁଆ କ୍ଲାସ୍ ବ୍ୟବସ୍ଥା କରାଯାଇଛି। ପାଣିପାଗ ସ୍ଥିତିର ଆଗାମୀ ସମୀକ୍ଷା ଅନୁସାରେ ପୁନଃ ନୂତନ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.