ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବୋଲବମ୍ ଉପରେ କଟକଣା ଲାଗିଲା

0

ଭୁବନେଶ୍ବର: ଶିବ ଭକ୍ତ ନିରାଶ। ଚଳିତବର୍ଷ ବୋଲବମ୍ ଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। କରୋନା ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସଆରସି ପ୍ରଦୀପ କୁମାର ଜେନା ଏହି ଘୋଷଣା କରିଥିଲେ।

ଶ୍ରାବଣ ସୋମବାର ପାଇଁ ରାଜ୍ୟରେ ଲକ୍ଷ ଲକ୍ଷ କାଉଡ଼ିଆ ବିଭିନ୍ନ ନଦୀରୁ ଜଳ ଆଣି ଶିବ ଲିଙ୍ଗ ଉପରେ ଢାଳିଥାନ୍ତି। ଶୈବପୀଠମାନଙ୍କରେ ସୋମବାର ଏଥିପାଇଁ ପ୍ରବଳ ଭିଡ଼ ଅନୁଭୂତ ହୋଇଥାଏ। ଯେହେତୁ କରୋନା ଏବେ ସମ୍ବେଦନଶୀଳ ସ୍ଥିତି ଅବସ୍ଥାରେ ରହିଛି, ଏଣୁ ଏହାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି।

ପୂର୍ବରୁ ଜୁଲାଇ ୩୧ ତାରିଖ ଯାଏ ରାଜ୍ୟ ସରକାର ସମସ୍ତ ମନ୍ଦିର ବା ଧାର୍ମିକ ଅନୁଷ୍ଠାନ ବନ୍ଦ କରିଛନ୍ତି। ପୁରୀ ଲୋକନାଥଙ୍କ ଠାରୁ ଆରମ୍ଭ ଲିଙ୍ଗରାଜ, ଧବଳେଶ୍ବର, ଗୁପ୍ତେଶ୍ବରଙ୍କ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶୈବପୀଠରେ ଭକ୍ତମାନେ ଭିଡ଼ ଲଗାଇଛନ୍ତି।

Leave A Reply

Your email address will not be published.