ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

0

ପୁଣି ବାଜି ମାରିନେଲେ ଝିଅ

ଭୁବନେଶ୍ଵର: ପ୍ରକାଶ ପାଇଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ପରୀକ୍ଷା ଫଳ। ଏକାସାଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଘୋଷଣା କରାଯାଇଛି। ସିଏଚଏସଇ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ମୋଟ ପାସ୍ ହାର ୮୫.୮୩ ପ୍ରତିଶତ ରହିଛି। ଏବର୍ଷ ୩ ଲକ୍ଷ ୯୮ ହଜାର ୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩ ଲକ୍ଷ ୪୧ ହଜାର ୭୮୧ ଜଣ ପାସ୍ କରିଛନ୍ତି। ପରୀକ୍ଷା ଖାତା ମୂଲ୍ୟାୟନରେ ୧୬ ହଜାର ୫୦୦ ଅଧ୍ୟାପକ ନିଯୁକ୍ତ ହୋଇଥିଲେ।

ବିଜ୍ଞାନରେ ପାସ୍ ହାର ୮୮.୮୨ ପ୍ରତିଶତ ରହିଛି। ଛାତ୍ରଙ୍କ ପାସ୍ ହାର ୮୭.୪୧ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୨୪ ପ୍ରତିଶତ ରହିଛି। ବାଣିଜ୍ୟରେ ମୋଟ ପାସ୍ ହାର ୮୮.୦୭ ପ୍ରତିଶତ। ଛାତ୍ରଙ୍କ ପାସ୍ ହାର ୮୬.୬୭ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍ ହାର ୯୦.୪୩ ପ୍ରତିଶତ ରହିଛି। କଳା ବିଭାଗରେ ପାସ୍ ହାର ୮୪.୫୦ ପ୍ରତିଶତ ରହିଛି। ଏଠାରେ ଛାତ୍ରଙ୍କ ପାସ୍ ହାର ୭୭.୯୭ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୯.୪୫ ପ୍ରତିଶତ ରହିଛି। ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୭୭.୬୨ ପ୍ରତିଶତ ରହିଛି। ଛାତ୍ରଙ୍କ ପାସ୍ ହାର ୭୧.୪୯ ପ୍ରତିଶତ ଓ ଛାତ୍ରୀଙ୍କ ପାସ୍ ହାର ୮୩.୪୫ ପ୍ରତିଶତ ରହିଛି।

ଚଳିତ ବର୍ଷରୁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ମଧ୍ୟ ସୁଯୋଗ ଦିଆଯିବ। ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ଆୟୋଜିତ ହେବ।

Leave A Reply

Your email address will not be published.