ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ

0

ନ୍ୟୁଜ୍ ବ୍ୟୁରୋ: ଇବୋଲା ଭାଇରସକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ୁଥିବାବେଳେ ଭାରତ ସରକାର ମଧ୍ୟ ସତର୍କ ହୋଇଛନ୍ତି। ଇବୋଲା ଭାଇରସ ପାଇଁ ପ୍ରସ୍ତୁତି ଓ ପ୍ରତିରୋଧ ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଭାରତରେ ଇବୋଲା ସଂକ୍ରମଣର କୌଣସି ମାମଲା ରିପୋର୍ଟ ହୋଇନଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକ କରି ଇବୋଲା ପ୍ରତିରୋଧ ପାଇଁ ପ୍ରସ୍ତୁତି ମୂଲ୍ୟାଙ୍କନ କରିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କତା ପରେ ବିମାନବନ୍ଦର, ବନ୍ଦର ଓ ଅନ୍ୟ ପ୍ରବେଶ ସ୍ଥାନଗୁଡ଼ିକରେ ସ୍କ୍ରିନିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷକରି କଙ୍ଗୋ, ଉଗାଣ୍ଡା ଓ ଦକ୍ଷିଣ ସୁଡାନରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗମନ ପୂର୍ବ ଓ ପରବର୍ତ୍ତୀ ସ୍କ୍ରିନିଂ, କ୍ୱାରେଣ୍ଟାଇନ୍, ରୋଗୀ ପରିଚାଳନା ଏବଂ ଲ୍ୟାବ ପରୀକ୍ଷା ସମ୍ବନ୍ଧୀୟ ନିୟମାବଳୀ ସମସ୍ତ ରାଜ୍ୟକୁ ପଠାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇବୋଲାକୁ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ସଂଗଠନ ଅନୁଯାୟୀ, କଙ୍ଗୋ ଓ ଉଗାଣ୍ଡାରେ ଇବୋଲା ପ୍ରକୋପ ଦେଖାଯାଇଛି ଏବଂ ଏପର୍ଯ୍ୟନ୍ତ ୬୬୮ଟି ମାମଲା ଚିହ୍ନଟ ହୋଇଛି। ଏଥିରେ ୧୩୨ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି।
ଇବୋଲାର ପ୍ରାରମ୍ଭିକ ଲକ୍ଷଣ ଫ୍ଲୁ ପରି ଥାଏ। ହଠାତ୍ ଜ୍ୱର, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଦୁର୍ବଳତା ଓ ମାଂସପେଶୀ ଯନ୍ତ୍ରଣା ଏହାର ସାଧାରଣ ଲକ୍ଷଣ। ଗୁରୁତର ଅବସ୍ଥାରେ ଝାଡ଼ା, ବାନ୍ତି, ନିଶ୍ୱାସ ନେବାରେ କଷ୍ଟ ଏବଂ ଅନିୟନ୍ତ୍ରିତ ରକ୍ତସ୍ରାବ ମଧ୍ୟ ହୋଇପାରେ। କେନ୍ଦ୍ର ସରକାର ଲୋକମାନଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ପାଳନ କରିବାକୁ କହିଛନ୍ତି।

Leave A Reply

Your email address will not be published.